ବ୍ରହ୍ମପୁର MKCG ମେଡିକାଲ କଲେଜରେ ରାଗିଂ ଘଟଣା
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଙ୍ଗ ଘଟଣା ।ଗତକାଲି ଜଣେ ଦ୍ବିତୀୟ ବର୍ଷର ଛାତ୍ର ଓ ତାଙ୍କ ଅଭିଭାବକ ଲିଖିତ ଭାବେ ରେଗିଂ ହୋଇଥିବା ନେଇ ଡିନ୍ ନିକଟରେ ଅଭିଯୋଗ କରିଥିଲେ । ୫ ଜଣ ଚତୁର୍ଥ ବର୍ଷର ଛାତ୍ର ରାଗିଙ୍ଗ କରିଥିବା ନେଇ ଲିଖିତ ଅଭିଯୋଗରେ ନାଁ ରହିଛି ।ସିନିୟର ଛାତ୍ର ମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଙ୍ଗ କରିଥିବା ନେଇ ଆଉ ଦୁଇ ଛାତ୍ର ଏନଏମସି ନିକଟରେ ଅଭିଯୋଗ କରିଛନ୍ତି । ଆଜି ଅପରାହ୍ନ ୪ ଟା ୩୦ ମିନିଟ ସମୟରେ ୧୩ ଜଣିଆ ଏଣ୍ଟି ରାଗିଙ୍ଗ କମିଟିର ବୈଠକ ହେବ । ବୈଠକ ପରେ ଯେଉଁ ଛାତ୍ରଙ୍କ ବିରୁଦ୍ଧରେ ରାଗିଙ୍ଗ କରିଥିବା ନେଇ ପ୍ରମାଣ ମିଳେ ସେମାନଙ୍କୁ ୬ମାସ ପର୍ଯ୍ୟନ୍ତ ମେଡିକାଲ କ୍ୟାମ୍ପସରୁ ବହିଷ୍କୃତ କରାଯିବ ।
