ମୁଖ୍ୟ ଖବର

ଆଜି ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Spread the love

ଆଜି ପୁରୀ , କଟକ , କେନ୍ଦ୍ରାପଡା ଓ ଜଗସିଂହପୁର ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବେ। ଏହାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ଏବଂ ସମ୍ପୃକ୍ତ  ଅଧିକାରୀ ମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ସୋମବାର ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଯାଇ ବିଭିନ୍ନ ବ୍ଲକର ଫସଲ କ୍ଷୟକ୍ଷତି ଅନୁଧ୍ୟାନ ଅବସରରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ ।ନବୀନ ପ୍ରଥମେ ନିଜ ନିର୍ବାଚମଣ୍ଡଳୀ ଶେରଗଡ଼ର ତାକରଡ଼ା ଯାଇ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ପରେ ସେ ହିଞ୍ଜିଳିର ପୋଡିଙ୍ଗି ଛକଠାରେ ଚାଷୀଙ୍କ ଦୁଃଖ ଶୁଣିଥିଲେ। ପରେ ନବୀନ ଆସିକାର କଇଁଫୁଲିଆ ଛକ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲ୍ଲିକୋଟର ଭରସାଗାଁରେ ପହଞ୍ଚି କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ଏହି ସମୟରେ ବହୁ ପୁରୁଷ ଓ ମହିଳା ଚାଷୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ବିଭିନ୍ନ ସ୍ଥାନରେ ଚାଷୀ ଓଦା ଓ କ୍ଷତିଗ୍ରସ୍ତ ଧାନ ଧରି କାନ୍ଦିକାନ୍ଦି ନବୀନଙ୍କୁ ଗୁହାରୀ କରୁଥିବା ଦେଖାଯାଇଥିଲା। ଶ୍ରୀ ପଟ୍ଟନାୟକ ଚାଷୀଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ, ସେ ସବୁବେଳେ ଚାଷୀ ଭାଇଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ୍‌ ପାଇଁ ଲଢ଼େଇ କରିବେ।

Leave a Reply

Your email address will not be published. Required fields are marked *