ରାଜ୍ୟ

ଏସ୍‌ସିବିରେ ଶିଶୁ ବଦଳ ମାମଲା

Spread the love

୨୦୨୫ ଫେବ୍ରୁଆରୀ ୧୦ରେ ଆବେଦନକାରୀଙ୍କ ପତ୍ନୀ ଏସ୍‌ସିବିର ସ୍ତ୍ରୀ ରୋଗ ଓ  ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । ୧୧ ତାରିଖ ସକାଳେ ତାଙ୍କର ଶିଶୁ କନ୍ୟା ଜନ୍ମ  ନେଇଥିଲା । ଜନ୍ମ ସମୟରେ ଶିଶୁ କନ୍ୟା ସୁସ୍ଥ ଥିଲା । ପରିବାର ଲୋକେ ଶିଶୁ କନ୍ୟାର  ଫଟୋ ମଧ୍ୟ ଉଠାଇଥିଲେ । କିଛି ସମୟ ପରେ ଶିଶୁ କନ୍ୟା ଅସୁସ୍ଥ ଥିବା ଦର୍ଶାଇ ଡାକ୍ତର  ଆଇସିୟୁରେ ଭର୍ତ୍ତି କରିବା ସହ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଥିଲେ । ୧୨ ତାରିଖ  ସକାଳେ ଶିଶୁ କନ୍ୟାର ଜେଜେମା ଦେଖିବାକୁ ଆଇସିୟୁକୁ ଯାଇଥିଲେ । ଡାକ୍ତରଖାନା  କର୍ମଚାରୀ ଶିଶୁ କନ୍ୟାକୁ ମୃତ ଦର୍ଶାଇବା ସହ ତତ୍‌କ୍ଷଣାତ୍‌ ମୃତଦେହ ହସ୍ତାନ୍ତର  କରିଥିଲେ । ଏଥିସହ ମହାନଦୀ ପଠାରେ ମୃତଦେହ ପୋତିଦେବାକୁ କହିଥିଲା ।  ମୃତ ଶିଶୁର ଶରୀର କପଡ଼ାରେ ଢାଙ୍କି ହୋଇ ରହିଥିଲା । ଶିଶୁକୁ ପୋତିବା ସମୟରେ  ମୁହଁ ଦେଖିବା ପରେ ଏହା ତାଙ୍କ ଶିଶୁ କନ୍ୟା ନୁହେଁ ବୋଲି ସେମାନେ ଜାଣିଥିଲେ ।  କିଛି ସମୟ ପରେ ସେମାନେ ପୁନର୍ବାର ଉକ୍ତ ସ୍ଥାନକୁ ଯାଇ ବାଲି ଖୋଳି ଦେଖିଥିଲେ  ହେଲେ ମୃତଦେହ ନଥିଲା କେବଳ କପଡ଼ା ମିଳିଥିଲା । ଏସ୍‌ସିବିରେ ତାଙ୍କ ଶିଶୁ  ବଦଳ କରାଯାଇଥିବା ନେଇ ମେଡିକାଲ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ମାତ୍ର କୌଣସି ସୁଫଳ ମିଳିନଥିଲା । ପରେ ସେମାନେ ମଙ୍ଗଳାବାଗ ଥାନାଧିକାରୀ,  କଟକ ଡିସିପି ଓ କଟକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ । ସବୁଠୁ  ନିରାଶ ହୋଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *