ବ୍ୟବସାୟ ଏବଂ ଅର୍ଥନୀତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନୋହର ଲାଲ୍‌

Spread the love

ରାଜ୍ୟ ଅତିଥି ଭବନରେ କେନ୍ଦ୍ର ଶକ୍ତି, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏଥି ସହିତ ଦିନରେ ସେ ଶକ୍ତି କ୍ଷେତ୍ରର ଏକ ସମୀକ୍ଷା ବୈଠକରେ ‌ଯୋଗ ଦେଇଥିଲେ। ପୁନର୍ବିକଶିତ ବିତରଣ କ୍ଷେତ୍ର ଯୋଜନା (ଆରଡିଏସ୍‌ଏସ୍‌)ର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାକୁ ସାମିଲ କରିବା ସମ୍ପର୍କରେ ଉପଯୁକ୍ତ ଭାବେ ବିବେଚନା କରାଯିବ ବୋଲି ସେ କହିଥିଲେ। ଏଥିସହିତ ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ଏନ୍‌ଏଲ୍‌ସି ଇଣ୍ଡିଆର  ତଲାବିରା ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ବିଦ୍ୟୁତ୍‌ ମିଳିବ। ଶ୍ରୀ ଖଟ୍ଟର ଶକ୍ତି କ୍ଷେତ୍ରର ବିସ୍ତୃତ ସମୀକ୍ଷା ବୈଠକରେ ଯୋଗଦେଇ ଏହି ଆଶ୍ୱାସନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *