ମହାନଗର

ଏପ୍ରିଲ ୫ରେ ଏକାମ୍ର କ୍ଷେତ୍ରାଧିପତିଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା

Spread the love

ଏପ୍ରିଲ ୫ରେ ଏକାମ୍ର କ୍ଷେତ୍ରାଧିପତିଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଅଶୋକାଷ୍ଟମୀରେ ମାଉସୀ ମା’ଙ୍କ ଘରକୁ ଯିବେ ପ୍ରଭୁ ଲିଙ୍ଗରାଜ। ଖାସ୍‌ ସେଇଥିପାଇଁ ମହାରଣାଙ୍କ ଆଖିରେ ନିଦ ନାହିଁ। ଠିକଣା ସମୟରେ ରୁକୁଣା ରଥ ଗଢ଼ି ଦେବାକୁ ଲାଗି ପଡ଼ିଛନ୍ତି ପ୍ରାୟ ୬୫ ଜଣ ମହାରଣା ସେବାୟତ। ଦିଅଁଙ୍କ ରଥଖଳାରେ ଚାଲିଛି ରୁକୁଣା ରଥ ନିର୍ମାଣ। ରଥର ଚକ ନିର୍ମାଣ ନେଇ ନୟାଗଡ଼ର ଖଣ୍ଡପଡ଼ାରୁ ଆମ୍ବ କାଠ ଏବଂ ଅନ୍ୟ କାମ ପାଇଁ ଦଶପଲ୍ଲାରୁ ଶାଳ, ବେଲ, ତେନ୍ତୁଲି ଆଦି କାଠ ଆସିଛି। ଦୋଳପୂର୍ଣ୍ଣମୀରେ ଅନୁକୂଳ ପ‌ରେ ରଥ କାମ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *