ଦେଶ ବିଦେଶ

ଟ୍ରାଫିକ ସମସ୍ୟା ପାଇଁ ବେଙ୍ଗାଲୁରୁକୁ ସହିବାକୁ ପଡୁଛି ହଜାର ହଜାର କୋଟି ଟଙ୍କାର କ୍ଷତି

Spread the love

ସାରା ଦେଶରେ ବେଙ୍ଗାଲୁରୁ ଦୁଇଟି କାର୍ଯ୍ୟ ପାଇଁ ଫେମସ୍। ଗୋଟିଏ ଆଇଟି ହବ୍ ଓ ଅନ୍ୟଟି ଟ୍ରାଫିକ ଜାମ। ଏହି ସହରରେ ଟ୍ରାଫିକ୍ ଜାମ୍ ସମସ୍ୟା ଏତେ ଯେ ମାତ୍ର ୨ କିମି ରାସ୍ତା ଯିବାକୁ ହେଲେ ଅଧଘଣ୍ଟାରୁ ଅଧିକ ସମୟ ଲାଗିଯିବ। ଏବେ ଟ୍ରାଫିକ ଜନିତ ସମସ୍ୟାକୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରତିବର୍ଷ ଟ୍ରାଫିକ ଜାମ ସମସ୍ୟା ଯୋଗୁ ବେଙ୍ଗାଲୁରୁକୁ ୧୯,୭୨୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି।

ଟ୍ରାଫିକ ଜାମ୍ ଯୋଗୁ ଅଯଥା ଭିଡ଼, ସିଗ୍‌ନାଲ ଷ୍ଟପିଂ, ସମୟ ନଷ୍ଟ, ଇନ୍ଧନ ନଷ୍ଟ ଆଦି ବିଭିନ୍ନ ଦିଗରେ ଏତେ କୋଟି ଟଙ୍କା କ୍ଷତି ହେବା ଆଶ୍ଚର୍ଯ୍ୟ ଲାଗୁଛି। ଟ୍ରାଫିକ ବିଶେଷଜ୍ଞ ଏମ୍‌ଏନ୍ ଶ୍ରୀହରି ଓ ତାଙ୍କ ଟିମ୍‌ଙ୍କ ଦ୍ୱାରା ଏହି ଗବେଷଣା କରାଯାଇଥିଲା। ଏଥିରେ ସହରର ସଡ଼କ ନିର୍ମାଣ ପ୍ଲାନିଂ, ଫ୍ଲାଏଓଭର, ଟ୍ରାଫିକ ପରିଚାଳନା ଏବଂ ଭିତ୍ତିଭୂମିର ଅଭାବ ଆଦିକୁ ଗବେଷଣାରେ ନିଆଯାଇଥିଲା।

ଗବେଷଣା ଅନୁସାରେ, ବେଙ୍ଗାଲୁରୁ ସହରରେ ୬୦ଟି ଫ୍ଲାଏଓଭର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସତ୍ତ୍ୱେ ବି ସହରରେ ଟ୍ରାଫିକ୍ ଜନିତ ସମସ୍ୟା ଯୋଗୁ ହୋଇଥିବା ୧୯,୭୨୫ କୋଟି ଟଙ୍କା କ୍ଷତିକୁ ରୋକା ଯାଇପାରି ନାହିଁ। ଏହିସବୁ କ୍ଷତିଗୁଡ଼ିକ ବିଳମ୍ବ, ଭିଡ଼ ସମସ୍ୟା, ଷ୍ଟପେଜ ସିଗ୍‌ନାଲ, ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସାମ୍ନାରେ ଧୀର ଗତିରେ ଯାଉଥିବା ଗାଡ଼ି ଆସିଯିବା ଯୋଗୁ ବିଳମ୍ବ, ଇନ୍ଧନ କ୍ଷତି, ଚାକିରିଆଙ୍କ ସମୟ ନଷ୍ଟ, ଗାଡ଼ି ଯିବାର ସମୟ ନଷ୍ଟ ଆଦିକୁ ଦରମା ସହ ଟଙ୍କାରେ ତୁଳନା କଲେ ଏତେ କ୍ଷତି ହୋଇଥିବା ଗବେଷଣାରେ ଜଣାପଡ଼ିଛି।

ତେବେ ଟ୍ରାଫିକ୍ ସମସ୍ୟାର କାରଣ ହେଉଛି ସହରରେ ଆଇଟି ସେକ୍ଟରର ବିକାଶ। ଆଇଟି ସେକ୍ଟରରେ ବିକାଶ ଯୋଗୁ ନିଯୁକ୍ତ ବୃଦ୍ଧି ପାଉଛି। ନିଯୁକ୍ତ ବୃଦ୍ଧି ହେବା ସଂଗେ ସଂଗେ ସହରିକରଣ ବଢ଼ିବା, ଶିକ୍ଷା କ୍ଷେତ୍ରରେ ବିକାଶ ହେବା ଯୋଗୁ ସହରର ଜନସଂଖ୍ୟା ସମେତ ଗାଡ଼ିଘୋଡ଼ା ସଂଖ୍ୟା ବି ବଢ଼ୁଛି। ଗବେଷଣା ଅନୁସାରେ, ବେଙ୍ଗାଲୁରୁର ବର୍ତ୍ତମାନ ଜନସଂଖ୍ୟା ୧୪.୫ ମିଲିୟନ ଏବଂ ଗାଡ଼ି ସଂଖ୍ୟା ୧.୫ କୋଟି ହୋଇଛି।

ଏସବୁ ବୃଦ୍ଧି ସହିତ ବେଙ୍ଗାଲୁରୁ ସହରର ଆକାର ମଧ୍ୟ ବଢ଼ିଛି। ୨୦୨୩ ଆକଳନ ଅନୁସାରେ, ବେଙ୍ଗାଲୁରୁର ଆକାର ୮୮ସ୍କୋୟାର କିମିରୁ ବଢ଼ି ୯୮୫ ସ୍କୋୟାର କିମି ହୋଇଛି। ତେବେ ଏତିକି ଯତେଷ୍ଟ ନୁହେଁ, ସହରର ଆକାର ୧୧୦୦ ସ୍କୋୟାର କିମି ପର୍ଯ୍ୟନ୍ତ ବଢ଼ିବ ଦରକାର ବୋଲି ଦାବି ହେଉଛି।

ଗବେଷଣା ରିପୋର୍ଟ ଅନୁସାରେ, ସହରର ଗାଡ଼ିଘୋଡ଼ା ବୃଦ୍ଧି ଅନୁସାରେ ସଡ଼କଗୁଡ଼ିକର ଲମ୍ବ ଓ ଆନୁପାତିକ ବୃଦ୍ଧି ହେଉ ନାହିଁ। ସହର ରାସ୍ତାର ମୋଟ ଲମ୍ବା ୧୧,୦୦୦ କିମି ରହିଛି। ଯାହା ପରିବହନ ଚାହିଦା ଅନୁସାରେ ଯତେଷ୍ଟ ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି।

ଗବେଷଣା ରିପୋର୍ଟକୁ ନେଇ ଶ୍ରୀ ହରି କହିଛନ୍ତି “ ଜନସଂଖ୍ୟାର ଆନୁପାତିକ ବୃଦ୍ଧି ଓ ନିଯୁକ୍ତି ବୃଦ୍ଧି ତୁଳନାରେ ସହରର ସଂରଚାନାତ୍ମକ ଅଭିବୃଦ୍ଧି ସହ ମେଳ ଖାଉ ନାହିଁ। ଦୁଇଟି ମଧ୍ୟରେ ଅନ୍ତର ଥିବାରୁ ବଡ଼ ଆର୍ଥିକ ସମସ୍ୟା ହେଉଛି।”

Leave a Reply

Your email address will not be published. Required fields are marked *