ମହାନଗର

କମି ଯାଉଛନ୍ତି ବିରଳ ପ୍ରଜାତିର ଚିଲିକା ମଇଁଷି

Spread the love

ଓଡ଼ିଶାର ଖୋର୍ଦ୍ଧା, ପୁରୀ ଆଦି  ଜିଲ୍ଲାରେ ଦେଖା ଯାଉଥିବା ଅନ୍ୟତମ ବିରଳ ପ୍ରଜାତି । ଏମାନଙ୍କ କ୍ଷୀରରେ  ‘ଓମେଗା-୩-ଫ୍ୟାଟି ଏସିଡ୍‌’  ରହିଛି । ଯାହା ହୃଦରୋଗୀଙ୍କ ପାଇଁ  ସଞ୍ଜୀବନୀ । ଏହି ମଇଁଷିଙ୍କ ସଂଖ୍ୟା କ୍ରମଶଃ  ହ୍ରାସ ପାଉଛି । ପ୍ରାୟ ୧୯ବର୍ଷ  ପୂର୍ବେ ଓଡ଼ିଶା କୃଷି ଓ ବୈଷୟିକ  ବିଶ୍ୱବିଦ୍ୟାଳୟ ପକ୍ଷରୁ ଚିଲିକା ମଇଁଷି  ଉପରେ ଗବେଷଣା ହୋଇଥିଲା ।  ସେ ସମୟରେ ଚିଲିକା ଆଖାପଖର  ୩୬ଟି ଗାଁରେ ୬୦ହଜାରରୁ  ଅଧିକ ମଇଁଷି ଥିଲେ । ଏହାପରେ  ଏନବିଏଜେଆର୍‌ର ଗବେଷକମାନେ  ମଧ୍ୟ ଚିଲିକା ଆସି ମଇଁଷି ଉପରେ  ଅନୁସନ୍ଧାନ କରିଥିଲେ । ମଇଁଷିର  କ୍ଷୀରରେ ଔଷଧୀୟ ଗୁଣ ରହିଥିବା  ଗବେଷଣାରୁ ଜଣାପଡ଼ିଛି । ହେଲେ  ଏବେ ଏମାନଙ୍କ ସଂଖ୍ୟା କମି ଆସି  ୩୦ରୁ ୩୫ ହଜାର ରହିଛି । ଯାହା  ଦେଶରେ ଦେଖାଯାଉଥିବା ମଇଁଷିଙ୍କ କ୍ଷୀରରେ ବିରଳ । ହେଲେ ଏହି ମଇଁଷିଙ୍କ ବଂଶବୃଦ୍ଧି ଓ ସଂରକ୍ଷଣ  ପାଇଁ ସରକାରୀସ୍ତରରେ କୌଣସି  ଉଦ୍ୟମ ନାହିଁ ।

Leave a Reply

Your email address will not be published. Required fields are marked *