ରାଜ୍ୟ

ଆଜି ଜାତୀୟ ପର୍ଯ୍ୟଟନ ଦିବସ

Spread the love

ରାଜ୍ୟର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରେ ପର୍ଯ୍ୟଟନ। ଓଡ଼ିଶାରେ ଏହି କ୍ଷେତ୍ରର ଭରପୂର ସୁଯୋଗ ରହିଛି। କିନ୍ତୁ ପର୍ଯ୍ୟଟନ ବିଭାଗର ଅସ୍ପଷ୍ଟ ନୀତି ଓ ଅବ୍ୟବସ୍ଥିତ ଟୁରିଷ୍ଟ ଗାଇଡ୍‌ ବ୍ୟବସ୍ଥା ଏହି କ୍ଷେତ୍ରରୁ ଶତପ୍ରତିଶତ ଲାଭ ଦେଇ ପାରୁନାହିଁ। ପ୍ରଶିକ୍ଷଣ ପାଇ ନଥିବା ଗାଇଡ୍‌ଙ୍କ ଜରିଆରେ ପର୍ଯ୍ୟଟନକ୍ଷେତ୍ରର ଯେଉଁ ଗୁରୁତ୍ବ ରହିଛି ତାହାର ପ୍ରସାର ହୋଇ ପାରୁନାହିଁ। ଫଳରେ ପର୍ଯ୍ୟଟନ ବିକାଶରେ ଖର୍ଚ୍ଚ ହେଉଥିବା କୋଟିକୋଟି ଟଙ୍କା ପାଣିରେ ପଡ଼ୁଛି। ସୁଦୀର୍ଘ ସମୁଦ୍ରତଟ ସହ ଐତିହାସିକ ସ୍ମାରକୀ, ପାହାଡ଼, ହ୍ରଦ, ନଦୀ, ବନ୍ୟଜନ୍ତୁଙ୍କ ପାଇଁ ସଂରକ୍ଷିତ ଜଙ୍ଗଲ, ମନ୍ଦିର, ଜୈବ ବିବିଧତା, କଳାକୃତି ଭଳି ଏକାଧିକ କ୍ଷେତ୍ର ଓଡ଼ିଶାରେ ପର୍ଯ୍ୟଟନ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାରେ ଏସବୁ ପ୍ରମୁଖ ଭୁମିକା ଗ୍ରହଣ କରୁଛି। ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ୁଛି।

Leave a Reply

Your email address will not be published. Required fields are marked *