ପୁଲିସ୍ ଡିଜି-କୋଷ୍ଟଗାର୍ଡ ଏଡିଜି ବୈଠକ
ତଟସୁରକ୍ଷାକୁ ନେଇ କୋଷ୍ଟଗାର୍ଡ ଓ ଓଡିଶା ପୁଲିସର ଅଫିସର୍ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୋର୍ଡ ଅଫ୍ ଅଫିସର୍ ଗଠନ କରାଯିବ। ଏହି ଦୁଇ ବିଭାଗର ଅଧିକାରୀମାନେ ସଂପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିବେ। ଭୁବନେଶ୍ବର ଡିଜିପି କ୍ୟାମ୍ପ ଅଫିସ୍ଠାରେ ପୁଲିସ୍ ମହାନିର୍ଦ୍ଦେଶକ ଵାଇବି ଖୁରାନିଆ ଓ ପୂର୍ବସମୁଦ୍ର ତଟର କୋଷ୍ଟଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲଙ୍କ ମଧ୍ୟରେ ଏକ ଗୁରୁତୂପୂର୍ଣ୍ଣ ବୈଠକ ବସିଥିଲା। ଉପକୂଳ ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଏଠାରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଉପକୂଳ ସୁରକ୍ଷା ଦିଗରେ ଉଭୟ ବିଭାଗ ମଧ୍ୟରେ କିପରି ସମନ୍ବୟ ରଖାଯାଇ ପାରିବ ତାହା ଉପରେ ବୈଠକରେ ଆଲୋଚନା ହୋଇଛି।

