ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଛୁରାମାଡ଼ରେ ଜଣେ ମୃତ
ନବରଙ୍ଗପୁର ସହରରେ ମା’ଙ୍କ ଭସାଣି ବେଳେ ଅଭାବନୀୟ ଘଟଣା । ସୋମବାର ରାତିରେ ନବରଙ୍ଗପୁର ସହରରେ ଭସାଣ ଚାଲିଥିଲା । ଏହି ସମୟରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦେଖୁ ଦେଖୁ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଯାହାଫଳରେ ଅନ୍ୟ ଗୋଷ୍ଠୀର ଲୋକ ଛୁରା ମାଡ କରିଥିଲେ । ଛୁରାମାଡ଼ରେ ଅନ୍ୟ ଗୋଷ୍ଠୀରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଇଥିଲେ । ଯାହାଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏହାସହ ୮ରୁ ୧୦ ଜଣ ଅଟକ ରଖି ଜେରା କରୁଛି ପୋଲିସ ।
