ରାଜ୍ୟ

ଭିଏଲ୍‌-ଏସ୍‌ଆରସାମ୍‌ର ସଫଳ ପରୀକ୍ଷଣ

Spread the love

ଭାରତୀୟ ନୌସେନା ପକ୍ଷରୁ ଆଜି ଅପରାହ୍ନ ୩ଟା ୧୯ ମିନିଟ୍‌ ସମୟରେ ଚାନ୍ଦିପୁରସ୍ଥିତ ଆଇଟିଆର ଲଞ୍ଚ୍‌ କମ୍ପ୍ଲେକ୍ସ-୩ରୁ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର(ଭିଏଲ୍‌-ଏସ୍‌ଆରସାମ)ର ସଫଳ ପରୀକ୍ଷଣ ହୋଇଯାଇଛି। ଏହି କ୍ଷେପଣାସ୍ତ୍ରକୁ ଏକ ମୋବାଇଲ ଲଞ୍ଚର୍‌ରୁ ପରୀକ୍ଷା କରାଯାଇଛି। ପରୀକ୍ଷଣ ସମୟରେ ବିଭିନ୍ନ ରାଡାର ଓ ଆଇଟିଆର୍‌ର ଟେଲିମେଟ୍ରିରୁ ମିଳିଥିବା ତଥ୍ୟକୁ ସମୀକ୍ଷା ପରେ ଡିଆର୍‌ଡିଓର ବୈଜ୍ଞାନିକମାନେ ଏହି ପରୀକ୍ଷା ସଫଳ ହୋଇଥିବା କହିଛନ୍ତି।

ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାରରେ ଏହି ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଆଜି ଆଇଟିଆର୍‌ର ଏଲ୍‌ସି-୩ର ୨.୫ କିମି ବ୍ୟାସାର୍ଦ୍ଧରେ ଥିବା ଜୟଦେବକସବାପାହି, ସାହାଜାନଗରପାହି, ଭୀମପୁରପାହି, କୁସୁମୁଳି, ଭୀମପୁର ପାହି, ଖଡ଼ୁପାହି ଓ ତୁଣ୍ଡୁରାପାହି ପ୍ରଭୃତି ୬ଟି ଗ୍ରାମରୁ ୩୧ଶହ ଲୋକଙ୍କୁ ୩ଟି ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା। ଗୋଟିଏ ଦିନର ପାରିଶ୍ରମିକ ସହ ଅନ୍ୟାନ୍ୟ ଖର୍ଚ୍ଚ ବାବଦ କ୍ଷତିପୂରଣ ରାଶି ପ୍ରତ୍ୟେକ ପରିବାରଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଥିବା ପ୍ରଶାସନ ପକ୍ଷରୁ ଜଣାଯାଇଛି। ଆସନ୍ତାକାଲି(ଶୁକ୍ରବାର) ମଧ୍ୟ ସମାନ କ୍ଷେପଣାସ୍ତ୍ରର ପରୀକ୍ଷା ହେବ ବୋଲି ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *