କଳା ବ୍ୟାଣ୍ଡ ପିନ୍ଧି ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି ଟିମ୍ ଇଣ୍ଡିଆ ଖେଳାଳିମାନେ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ଯୋଗୁ ସମଗ୍ର ଦେଶରେ ଶୋକାକୁଳ ପରିବେଶ ରହିଛି।ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ଖେଳୁଥିବା ଟିମ୍ ଇଣ୍ଡିଆ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।ଖେଳାଳିମାନେ କଳା ବ୍ୟାଣ୍ଡ ପିନ୍ଧି ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୧୦ ୱିକଟେ ହରାଇ ୪୭୪ ରନ୍ ସଂଗ୍ରହ କରିଛି। ଭାରତୀୟ ଦଳ ୧-୧ ସ୍ଥିତିରେ ଥିବା ମ୍ୟାଚ୍କୁ ଜିତିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।

