ଶ୍ରୀମନ୍ଦିରରେ ଚାରିଦ୍ବାର ଦେଇ ଦର୍ଶନ କରୁଛନ୍ତି ଭକ୍ତ, ଜଗନ୍ନାଥ ମନ୍ଦିରରୁ ହଟିଛି କାର୍ତ୍ତିକ ମାସରେ ଲଗାଯାଇଥିବା କଟକଣା
ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରୁ ହଟିଛି କାର୍ତ୍ତିକ ମାସରେ ଲଗାଯାଇଥିବା କଟକଣା । ଆଜିଠୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦେଇ ଦର୍ଶନ କରୁଛନ୍ତି ଭକ୍ତ । ଶ୍ରୀମନ୍ଦିରମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏନେଇ ସୂଚନା ଦେଇଛନ୍ତି। ଚାରିଦ୍ବାରରେ ପ୍ରବେଶ ଅନୁମତି ଥିବା ବେଳେ ତିନି ଦ୍ବାରାଦେଇ ଭକ୍ତ ବାହାରକୁ ବାହାରିପାରିବେ। ଆଜି କଟକଣା ହଟିଯାଇଥିବାରୁ ଶ୍ରଦ୍ଧାଳୁମାନେ ଖୁସି ଜାହିର କରିଛନ୍ତି ଏବଂ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।
