ରାଜ୍ୟ

ମୁନସୀ ମେଳଣରେ ରଙ୍ଗ ଖେଳିଲେ ପୋଲିସ ଜନତା

Spread the love

ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜ୍ଜାରେ ଝଟକୁଛି ବିମାନ । ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଛି ସଂସ୍କୃତି ଓ ପରମ୍ପରାରର ଝଲକ । ଠାକୁର ବାଡିଆ ଭାଇମାନେ ନାଚଗୀତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ମେଲଣ ପଡିଆରେ ଏକତ୍ରିତ ହୋଇଛନ୍ତି ।

ବାସ୍ତବରେ ଏହା କେବଳ ମେଳଣ ଉତ୍ସବ ନୁହେଁ ଏହା ଏକ ଅପୁର୍ବ ମିଳନର ପର୍ବ । ଏଥିପାଇଁ ବିମାନ ଗୁଡିକୁ ପୂର୍ବରୁ ପାନଗୁଆ ଦେଇ ନିମନ୍ତ୍ରଣ କରାଯାଇଥାଏ । ଅନେକ ବିମାନ ବାପା ଜେଜେବାପା ଅମଳରୁ ଏହି ମେଳଣ ପର୍ବରେ ସାମିଲ ହୋଇ ଆସୁଛନ୍ତି । ଭଦ୍ରକରେ ଧୁମଧାମରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଐ୍ୟତିହାସିକ ମୁନସୀ ମେଳଣ ।ପୋଲିସ -ଜନତା ମଧ୍ୟରେ ସୁସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟ ନେଇ ଇଂରେଜ ଶାସନ ସମୟରୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପରିସରରେ ଆରମ୍ଭ ହୋଇଥିବା ମୁନସୀ ମେଳଣ ଏବେ ଗଣ ପର୍ବରେ ପରିଣତ ହୋଇଛି । ଭାରତ ଛାଡ଼ ଆନ୍ଦୋଳନ ବେଳେ ଉତ୍ୟକ୍ତ ଜନତା ଭଣ୍ଡାରିପୋଖରୀ ଥାନାକୁ ପୋଡି ଦେଇଥିଲେ । ଫଳରେ ସେତବେଳେ ଇଂରେଜ ପୋଲିସ ଓ ଜନତା ମଧ୍ୟରେ ତିକ୍ତତା ବଢିଲା । ତେଣୁ ସେତେବେଳର ମୁନିସି ସାହେବ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ପାଇଁ ଥାନା ପରିସରରେ ଆରମ୍ଭ କରିଥିଲେ ଦୋଳ ମେଳଣ ଉତ୍ସବ । ଯାହା ଆଜି ପ୍ରସିଦ୍ଧ ମୁନସୀ ମେଳଣ ଭାବେ ପ୍ରସିଦ୍ଧି ଲାଭ କରିଛି ।

Leave a Reply

Your email address will not be published. Required fields are marked *