ଦେଶ ବିଦେଶ

ଦିଲ୍ଲୀରୁ ୮୦ କି‌ଲୋ‌ଗ୍ରାମରୁ ଊର୍ଦ୍ଧ୍ବ ‌କୋକେନ୍‌ ଜବତ

Spread the love

ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶୁକ୍ରବାର ଦିନ ଦିଲ୍ଲୀରୁ ୮୦ କି‌ଲୋ‌ଗ୍ରାମରୁ ଊର୍ଦ୍ଧ୍ବ ‌କୋକେନ୍‌ ଜବତ କରିଛି। ଏହାର ମୂଲ୍ୟ ପାଖାପାଖି ୯୦୦ କୋଟି ହେବ। ଆଜି ଏନ୍‌ସିବି,  ଭାରତୀୟ ନୌସେନା ଏବଂ ଗୁଜରାଟ ଏଟିଏସ୍‌ ଗୁଜରାଟ ଉପକୂଳରୁ ୭୦୦ କିଲୋଗ୍ରାମ ମେଟାମ୍‌ଫେଟାମାଇନ୍‌ ଜବତ କରିବା ଦିନ ହିଁ ଆଜି ପୁଣି ଦିଲ୍ଲୀରୁ ୯୦୦ କୋଟି ଟଙ୍କାର କୋକେନ୍‌ ଜବତ ହୋଇଛି। ପଶ୍ଚିମ ଦିଲ୍ଲୀର ନାଙ୍ଗଲୋଇ ଏବଂ ଜନକପୁରୀରେ ଆଜି ଏନ୍‌ସିବି ୮୨ କିଲୋଗ୍ରାମ କୋକେନ୍‌ ଜବତ କରିଛି।  ଏକ କୋରିୟର ସେଣ୍ଟରରୁ ଏହି ନିଶାଦ୍ରବ୍ୟ ଜବତ କରାଯାଇଛି। ଏହାକୁ ଅଷ୍ଟ୍ରେଲିଆ ପଠାଇବାପାଇଁ ଯୋଜନା ହୋଇଥିଲା।   ଗୋଟିଏ ଦିନରେ ୨ଟି ପ୍ରମୁଖ ନିଶା କାରବାରର ପର୍ଦ୍ଦାଫାସ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏନ୍‌ସିବିକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *