ଆନ୍ତର୍ଜାତୀୟ

ଭାରତରୁ ଚୋରି ହୋଇଥିବା ୧୪୦୦ ପ୍ରାଚୀନ କଳାକୃତି ଫେରାଇଲା ଆମେରିକା

Spread the love

ଭାରତରୁ ଚୋରି ହୋଇଯାଇଥିବା ପ୍ରାୟ ୧୦ ନିୟୁତ ଡଲାର (ପ୍ରାୟ ୮୫  କୋଟି ଟଙ୍କା) ମୂଲ୍ୟର ୧୪୦୦ ପ୍ରାଚୀନ କଳାକୃତି  ଆମେରିକା ଫେରାଇଛି । ବୁଧବାର ଆୟୋଜିତ ଏକ  ସ୍ୱତନ୍ତ୍ର ସମାରୋହରେ ନ୍ୟୁୟର୍କସ୍ଥିତ ଭାରତୀୟ କନସଲ  ଜେନେରାଲ ମନିଷ କୁଲହାରୀଙ୍କୁ ହୋମଲାଣ୍ଡ ସିକ୍ୟୁରିଟି  ଇନ୍‌ଭେଷ୍ଟିଗେସନର ଗ୍ରୁପ୍‌ ସୁପରଭାଇଜର ଆଲୋକଜାଣ୍ଡ୍ରା  ଡିଆର୍ମସ ଏସବୁ କଳାକୃତି ହସ୍ତାନ୍ତର କରିଥିଲେ । ପ୍ରାଚୀନ କଳାକୃତିର ଚୋରା ବ୍ୟବସାୟୀ ସୁଭାଷ କପୁର ଓ ନାନ୍ସି  ୱେନର ଏବଂ ତାଙ୍କ ଦ୍ୱାରା ପରିଚାଳିତ ନେଟୱାର୍କ ଠାରୁ  ବିଭିନ୍ନ ସମୟରେ କିଛି କଳାକୃତି ଜବତ କରାଯାଇଥିଲା ।  ତା’ଛଡା ଆଉ କିଛି କଳାକୃତିକୁ ସେମାନେ ବିକ୍ରି  କରିଥିବା ବ୍ୟକ୍ତିମାନେ ଦାନ କରିଦେଇଥିଲେ । ଭାରତକୁ  ଫେରିଥିବା ପ୍ରାଚୀନ କଳାକୃତି ମଧ୍ୟରେ ରହିଛି ଏକ  ପଥର ନିର୍ମିତ ନର୍ତ୍ତକୀ । ଯାହାକି ଅଶୀ ଦଶକରେ  ମଧ୍ୟପ୍ରଦେଶର ଏକ ମନ୍ଦିରରୁ ଚୋରି ହୋଇଯାଇଥିଲା ।ସେହିଭଳି ଆଉ ଏକ ମୂର୍ତ୍ତି ହେଉଛି  ତାନେସାର ଦେବୀ ମା’ଙ୍କର । ରାଜସ୍ଥାନର ଏକ ମନ୍ଦିରରୁ  ଏହା ଷାଠିଏ ଦଶକରେ ଲୁଟ୍‌ ହୋଇଥିଲା । ୧୯୬୮ରେ  ଡୋରିସ୍‌ ୱେନର ମ୍ୟାନହାଟ୍ଟନ ଠାରେ ଥିବା ତାଙ୍କ  ଗ୍ୟାଲେରିରେ ରଖିଥିଲେ । ପରେ ତାହା ଦୁଇଜଣଙ୍କ  ହାତକୁ ଯାଇଥିଲା ଏବଂ ଶେଷରେ ୨୦୨୨ରେ ତାକୁ ଜବତ  କରାଯାଇଥିଲା ।

Leave a Reply

Your email address will not be published. Required fields are marked *