ରାଜ୍ୟ

ଓଡ଼ିଆ ଖାଦ୍ୟର ମଜା ଉଠାଇଲେ ଏନଆରଆଇ

Spread the love

ପ୍ରବାସୀ ଭାରତୀୟ ଦିବସରେ ଅତିଥିଙ୍କୁ ପରସାଗଲା ଓଡ଼ିଆ ବ୍ୟଞ୍ଜନ। ଓଡ଼ିଆ ବ୍ୟଞ୍ଜନ ମହକରେ ମହକିଲା ଡାଇନିଂ ହଲ୍ । ଭୁବନେଶ୍ୱର ଜନତା ମଇଦାନର ପ୍ରବାସୀଙ୍କ ପାଇଁ ଉଭୟ ନିରାମିଷ ଓ ଆମିଷରେ ଥିଲା ଭଳିକି ଭଳି ଓଡ଼ିଆ ଘରର ଖାଦ୍ୟ । କାନିକା ସାଙ୍ଗକୁ ଓଡ଼ିଆ ଡାଲମା। ଖିରି ଖାଇବାକୁ ପ୍ରବାସୀଙ୍କର ଦେଖିବାକୁ ମିଳିଥିଲା ବେଶ ଉତ୍ସାହ ।ବିଶେଷ ଭାବେ ଗତକାଲି ଗୁରୁବାର ଥିବାରୁ ଅଧିକାଂଶ ଭାତ, ଡାଲମା ଖାଇବାକୁ ପସନ୍ଦ କରିଥିବା ବେଳେ କେହି କେହି ଓଡ଼ିଆ କାନିକା ଓ ଡାଲମାର ସ୍ଵାଦ ନେଇଥିଲେ । ରାଜଧାନୀର ଏକ ନାମୀଦାମୀ ହୋଟେଲ ପକ୍ଷରୁ ପ୍ରବାସୀଙ୍କର ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ଯୋଗାଇ ଦିଆଯାଉଛି। ସବୁ ପ୍ରକାର ଖାଦ୍ୟରେ ରହୁଛି ଓଡ଼ିଆ ଛୁଙ୍କ ।

ସାକାହାରୀମାନଙ୍କ ପାଇଁ ସାଦା ଅନ୍ନ, କାନିକା, ପଞ୍ଚରତ୍ନ ଡାଲି, ଡାଲମା, ପନିର, ଶାଗ ମୁଗ, ପରିବା ଘାଣ୍ଟ ଦିଆଯାଇଛି। ଆମିଷ ଭୋଜନରେ କୁକୁଡ଼ା ଆଳୁ ଝୋଳ ଓ ମାଛ ବେସର ପରସା ଯାଇଥିଲା । ଖାଦ୍ୟ ଖାଇବା ପରେ ଥିଲା ଓଡ଼ିଆ ଖିରି ଓ ରସଗୋଲା ।

Leave a Reply

Your email address will not be published. Required fields are marked *