ଭାରତ ବୈଦେଶିକ ସଚିବ ବିକ୍ରମ ମିସ୍ରୀଙ୍କ ବାଂଲାଦେଶ ଗସ୍ତ
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି ଏବଂ ଅନେକ ହିନ୍ଦୁ ମନ୍ଦିରକୁ ମୌଳବାଦୀମାନେ ଟାର୍ଗେଟ କରିଛନ୍ତି। ଭାରତ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଡିସେମ୍ବର ୯ରେ ବାଂଲାଦେଶ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ମିସ୍ରୀ ବାଂଲାଦେଶ ସହ ବୈଦେଶିକ କାର୍ଯ୍ୟାଳୟର ପରାମର୍ଶର ନେତୃତ୍ୱ ନେବେ ଏବଂ ତାଙ୍କ ପ୍ରତିପକ୍ଷଙ୍କୁ ଭେଟିବେ।ଏହି ଗସ୍ତ ସମୟରେ ବୈଦେଶିକ ସଚିବ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଅଧୀକାରୀ ମାନଙ୍କୁ ସାକ୍ଷାତ କରିବା ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଦେଶିକ ସଚିବଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ଗଠନମୂଳକ ସମ୍ପର୍କ ଭଲ ହୋଇପାରିବ ତାକୁ ନଜରରେ ରଖାଯାଇଛି ।

