ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ସକାଳେ ଉଠିବାର କେତେ ସମୟ ପରେ ବ୍ୟାୟାମ କରିବା ଉଚିତ

Spread the love

ସ୍ଥ ଏବଂ ଫିଟ୍ ରହିବା ପାଇଁ ଅନେକ ଲୋକ ସକାଳେ ଜିମ୍ ଯାଇ ଘଣ୍ଟା ଘଣ୍ଟା ଝାଳ ବୁହାନ୍ତି। ବ୍ୟାୟାମ କରିବା କେବଳ ସ୍ୱାସ୍ଥ୍ୟକୁ ବଜାୟ ରଖେ ନାହିଁ ବରଂ ଅନେକ ଗମ୍ଭୀର ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ନିୟମିତ ବ୍ୟାୟାମ କରି ଜଣେ ଦୀର୍ଘ ଜୀବନ ପାଇଁ ଫିଟ୍ ଏବଂ ଶକ୍ତିଶାଳୀ ରହିପାରିବେ|ସବୁ ବୟସର ଲୋକମାନେ ହାଲୁକା ବ୍ୟାୟାମ କରିପାରିବେ। ତେବେ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି ଯେ ଖାଇବା ପରେ ନା ଖାଲି ପେଟରେ ବ୍ୟାୟାମ କରିବା ଉଚିତ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଲୋକମାନେ ସକାଳୁ ଉଠିବାର ୨-୩ ଘଣ୍ଟା ପରେ ବ୍ୟାୟାମ କରିବା ଉଚିତ। ସକାଳୁ ଉଠିବା ପରେ ପ୍ରଥମେ ୨-୩ ଗ୍ଲାସ୍ ପାଣି ପିଇବା ସହ ବ୍ୟାୟାମ କରିବାର ପ୍ରାୟ ଏକ ଘଣ୍ଟା ପୂର୍ବରୁ ସେଓ, କଦଳୀ କିମ୍ବା କୌଣସି ଫଳ ଖାଇବା ଉଚିତ। ଏହା ଦ୍ୱାରା ଶରୀରରେ ପ୍ରଚୁର ଶକ୍ତି ରହିବ ଏବଂ ବ୍ୟାୟାମ ମଧ୍ୟ ଭଲ ହେବ।ତେବେ ବ୍ୟାୟାମ କରିବା ପୂର୍ବରୁ ଜଣେ ଭାରି ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ ଏବଂ ବ୍ୟାୟାମ ସମୟରେ ପେଟରେ ଭାରୀପଣ କିମ୍ବା ଅସୁବିଧା ହୋଇପାରେ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସକାଳେ ଉଠିବା ପରେ ତୁରନ୍ତ ବ୍ୟାୟାମ କରିବା ଉଚିତ ନୁହେଁ, କାରଣ ଏହି ସମୟ ମଧ୍ୟରେ ଆମ ଗଣ୍ଠିରେ ଥିବା ଏକ ବିଶେଷ ପ୍ରକାରର ତରଳ ପଦାର୍ଥ ମୋଟା ହୋଇଯାଏ। ଯେତେବେଳେ ଆମେ ଉଠିବା ପରେ ପରେ ଶରୀରକୁ ସକ୍ରିୟ କରିଥାଉ, ସେତେବେଳେ ଏହି ତରଳ ପଦାର୍ଥ ସ୍ୱାଭାବିକ ହୋଇଯାଏ ଏବଂ ଏହା ପରେ ବ୍ୟାୟାମ କରିବା ଉଚିତ।

Leave a Reply

Your email address will not be published. Required fields are marked *