ଡାଏଟରେ ସାମିଲ କରନ୍ତୁ କିୱି
ପୋଷକ ତତ୍ତ୍ୱରେ ଭରପୂର ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଫଳର ନିଜସ୍ୱ କିଛି ବିଶେଷତା ଏବଂ ଲାଭ ଅଛି । ମିଠା ଏବଂ ଖଟା ସ୍ୱାଦର କିୱି ମଧ୍ୟ ଏହାର ସ୍ୱାସ୍ଥ୍ୟ ଲାଭ ପାଇଁ ବେଶ ଜଣାଶୁଣା ।କିୱିରେ ପୋଟାସିୟମ୍, ଫାଇବର, ଭିଟାମିନ୍ ସି, ଫୋଲିକ୍ ଏସିଡ୍, ଭିଟାମିନ୍ E ଏବଂ ପଲିଫେନୋଲ୍ସ ପ୍ରଚୁର ପରିମାଣରେ ମିଳିଥାଏ । ଏଥିରେ କମ୍ ପରିମାଣର କ୍ୟାଲୋରୀ ଥାଏ, ତେଣୁ ଯେଉଁମାନେ ୱେଟ୍ ଲସ୍ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କିୱି ଅମୃତ ସମାନ ।
ଭିଟାମିନ୍ Aରେ ଭରପୂର କିୱି ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିଥାଏ । ଲ୍ୟୁଟିନ୍ ଏବଂ ଜିଆକ୍ସାନଥିରେ ଭରପୂର, ଏହି ଫଳ ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ସୋର୍ସ । ଏହି ଫଳ ଆଖିର ସ୍ୱାସ୍ଥ୍ୟ ଠିକ ରଖିଥାଏ ।ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କିୱି ଖାଇବା ଉଚିତ୍ । ଏଥିରେ ଥିବା ଭିଟାମିନ୍ ସି ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । କିୱିରେ ଥିବା ପୋଟାସିୟମ୍ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରି ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ, ଯାହା ହାର୍ଟ ଅଟାକର ଆଶଙ୍କା ହ୍ରାସ କରିଥାଏ ।
