ଲଗାତାର ଦ୍ୱିତୀୟ ଦିନରେ କମିଲା ସୁନା ଦର! ୧୦ ଗ୍ରାମକୁ କିଣିଲେ ଦେବେ ଏତିକି
ଆଜି ଅକ୍ଟୋବର ୧୫ ମଙ୍ଗଳବାର ଦିନ କ୍ରମାଗତ ଦ୍ୱିତୀୟ ଦିନ ସୁନା ମୂଲ୍ୟ ହ୍ରାସ ପାଇଛି। ସୁନା ଦର ୨୭୦ ଟଙ୍କା ହ୍ରାସ ପାଇଛି। ମୁମ୍ବାଇ ଏବଂ କୋଲକାତା ଭଳି ପ୍ରମୁଖ ସହରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୭୧,୧୦୦ ଟଙ୍କା ରହିଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁରରେ ୨୪ କ୍ୟାରେଟ୍ ସୁନା ଦର ୭୭,୭୦୦ ଟଙ୍କା ପାଖାପାଖି ଅଛି । ଆଜି ରୂପା ମୂଲ୍ୟ କିଲୋଗ୍ରାମ ପାଇଁ ୯୬,୯୦୦ ଟଙ୍କା ।: ଯଦି ଆପଣ ସୁନା ଅଳଙ୍କାର କିମ୍ବା ବିନିଯୋଗ ପାଇଁ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ସୁନାର ମୂଲ୍ୟ ଜାଣନ୍ତୁ । ସୁନା ମୂଲ୍ୟରେ କ୍ରମାଗତ ସଂଶୋଧନ ହେଉଛି । ଏଭଳି ପରିସ୍ଥିତିରେ ସୁନା କିଣିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ ।ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ସୁନା ଦର ୭୧,୧୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୭୭,୬୧୦ ଟଙ୍କା ହୋଇଛି ।

