ରାଜ୍ୟ

ବର୍ଷା ବିତ୍ପାତ ପାଇଁ ଶିମିଳିପାଳରେ ପ୍ରବେଶ କଟକଣା ୨୮ ଯାଏ ବଢ଼ିଲା

Spread the love

ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବରେ ଶିମିଳିପାଳରେ ବର୍ଷା ବିତ୍ପାତ ଜାରି ରହିଛି ।  ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ  ଶିମିଳିପାଳ ବନ୍ଦ ରଖିବାକୁ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ନିଷ୍ପତ୍ତି  ନେଇଛନ୍ତି ।

ଶିମିଳିପାଳ  ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକଙ୍କ ସୂଚନା  ଅନୁଯାୟୀ, ବାତ୍ୟା ପ୍ରଭାବରେ ଦୁଇଦିନ ହେଲା ଜାରି ରହିଥିବା  ଲଗାଣ ବର୍ଷାରେ ଶିମିଳିପାଳ ଆଭ୍ୟନ୍ତରୀଣ ଇଲାକାକୁ ସଂଯୋଗ  କରୁଥିବା ରାସ୍ତାଘାଟ ଶୋଚନୀୟ ହୋଇପଡ଼ିଛି । ପାହାଡ଼ ପାଣି  ସ୍ରୋତରେ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଏଭଳି  ସ୍ଥିତିରେ ପର୍ଯ୍ୟଟକଙ୍କ ପ୍ରବେଶ ଓ ରହଣି ଆଦୌ ସୁରକ୍ଷିତ  ନୁହେଁ । ତେଣୁ ପୂର୍ବରୁ କଟେଜ୍‌ ରହଣି ପାଇଁ ହୋଇଥିବା ସମସ୍ତ  ବୁକିଂକୁ ବାତିଲ କରିଦିଆଯାଇଛି । ବାତ୍ୟା ଦୁର୍ବଳ ହୋଇ ଗଭୀର  ଅବପାତରେ ପରିଣତ ହୋଇଥିବାରୁ ସମଗ୍ର ଜିଲ୍ଲାରେ ପ୍ରବଳ  ବର୍ଷା ଲାଗି ରହିଛି ।

Leave a Reply

Your email address will not be published. Required fields are marked *