ଆଜିର ରାଶିଫଳ
ମେଷ : ଆଜି ଏହି ରାଶିର ଲୋକେ ଅର୍ଥ, ସମ୍ମାନ ସହ କର୍ମକ୍ଷେତ୍ରରେ ସମ୍ମାନର ଅଧିକାରୀ ହେବେ । ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ସ୍ବାସ୍ଥ୍ୟ ଭଲ ରହି ନ ପାରେ ।
ବୃଷ : ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିପାରିଲେ ଭଲ । ବନ୍ଧୁବର୍ଗଙ୍କ ସକାଶେ ଯେତେକଲେ ମଧ୍ୟ ଅଭିଯୋଗ ପାଇବେ । ବ୍ୟବସାୟିକ ସମସ୍ୟା ବୃଦ୍ଧି ପାଇପାରେ ।
ମିଥୁନ : କିଛି ଭଲ କାମରେ ମନ ଦେବେ । ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋ଼ଣ ପରିଶୋଧର ମାର୍ଗ ଉନ୍ମୁକ୍ତ ହେବନାହିଁ । ପ୍ରଶାସନିକ ସ୍ତରରେ ସ୍ଥିତି ଅନୁକୂଳ ହୋଇପାରେ । କୌଣସି ଦୂରାଗତ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ୍ ଦ୍ରବ୍ୟ ପାଇପାରନ୍ତି ।
କର୍କଟ : ଆଜି ଆନୁଷ୍ଠାନିକ କାମ, ବନ୍ଧୁ ସମ୍ପର୍କ, କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ଭୁଲ୍ ବୁଝାମଣା ଓ ସନ୍ଦେହଜନିତ ପାରିବାରିକ ସମସ୍ୟା ଗୁରୁତର ହୋଇପାରେ । ବାଣିଜ୍ୟ ଓ ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ ।
ସିଂହ : ଆଜି ଆପଣ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ଆଜି ଯାହା କଲେ ମଧ୍ୟ ସୁଫଳ ମିଳିବ ନାହିଁ । ପିଲାମାନେ ପାଠ ପଢ଼ାରେ ମନ ଦେବେ । ପରିବାର ସହିତ ଖୁସିର ସମୟ ବିତାଇବେ ।
କନ୍ୟା : ଜନସମର୍ଥନ ହାସଲ କରିପାରିବେ। ପାରିବାରିକ ଜୀବନରେ ଆଶ୍ୱସ୍ତି ଅନୁଭବ କରିବେ । ସ୍ବାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତା ବଢ଼ିପାରେ, ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ ।
ତୁଳା : ଆଜି ଆପଣ ଆର୍ଥିକ ଅଭିବୃଦ୍ଧି, ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧିର ସୂଚନା ପାଇବେ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି ।ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ ।
ବିଛା : ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ। ଏଥିସହ ହାତମୁଠାରୁ କେତେକ ସୁ୍ଯୋଗ ଖସିଯାଇପାରେ । ପାରିବାରିକ ତିକ୍ତତାର ସମାପ୍ତି ଘଟାଇବାରେ ସମ୍ମାନ୍ନୀୟ ବ୍ୟକ୍ତି ସହାୟତା କରିପାରନ୍ତି ।
ଧନୁ : ଆଜି କୌଣସି କାର୍ଯ୍ୟ ବିଳମ୍ବରେ ହେବ । କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ଏବଂ ଅର୍ଥ ସଂଗ୍ରହରେ ତପତ୍ର ହୋଇ ସଫଳତା ପାଇବେ । ପାରିବାରିକ ଜଞ୍ଜାଳ ବଢ଼ିପାରେ । ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍ ରୋଗରେ କଷ୍ଟ ପାଇପାରନ୍ତି ।
ମକର : ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ ହେବ । କିନ୍ତୁ ଆଜି ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟାକଲେ ମଧ୍ୟ ସାମାନ୍ୟ ଅସୁବିଧା ଅନୁଭବ କରିବେ । ମନୋରଞ୍ଜନ ସକାଶେ ମନ ବଳାଇବେ କିନ୍ତୁ ଆର୍ଥିକ ଦୂରବସ୍ଥା ତାହା କରାଇ ଦେବନାହିଁ ।
କୁମ୍ଭ : ଆଜି ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ । ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ ତଥାପି ନିକଟସ୍ଥ ବନ୍ଧୁମାନେ ଖୁସି ହେବେନାହିଁ । ବନ୍ଧୁମାନେ କୌଣସି ଖବର ଦେବାରେ ହେଳା କରିପାରନ୍ତି, ଯାହାକି ଅସୁବିଧାର କାରଣ ହୋଇପାରେ ।
ମୀନ : ଆଜି କୌଣସି କାମ ଅଟକିବ ନାହିଁ ଏବଂ ପ୍ରତ୍ୟେକ ସ୍ତରରେ ସମ୍ମାନିତ ହେବେ । ପର କଥାକୁ ପ୍ରାଧାନ୍ୟ ଦେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ । ଜମିଜମା କାରବାର, ସଭାସମିତି, କଳା, ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବେ ।
