ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ
ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର । ନୟାଗଡ଼ ଫତେଗଡ଼ ଥାନା ତରବାଲୁ ଗାଁ ଉପରସାହିରେ ବାଣ ବିସ୍ଫୋରଣ ହୋଇଛି । ତରବାଲୁ ଗାଁ ଉପରସାହିର ଧନେଶ୍ୱର ଦଳେଇ ଆଜି ଭୋରରୁ ଘରେ ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଫଳରେ ଧନେଶ୍ୱରଙ୍କ ୬୦ଭାଗରୁ ଉର୍ଦ୍ଧ ଶରୀର ପୋଡି ଯାଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି ଘର ।

