ରାଜ୍ୟ

ଅଖା ଭିତରୁ ମୃତଦେହ ଉଦ୍ଧାର

Spread the love

ଆଜି ସକାଳୁ ଗୋଶାଳା ନିକଟସ୍ଥ ନଦୀ କୂଳରେ ଜଣେ ବ୍ୟକ୍ତିଙ୍କର ମୃତଦେହ ନଦୀରେ ଭାସୁଥିବା ସ୍ଥାନୀୟ ବାସିନ୍ଦା ମାନେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ରଘୁନାଥ ପାଲି ଥାନାକୁ ଜଣାଇବା ପରେ ପୋଲିସ୍ ଓ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଖା ଖୋଲିବାରୁ ପୋଲିସ ମୃତଦେହ ଚିହ୍ନଟ କରିଥିଲା । ଏ ସମ୍ପର୍କରେ ଜାଣିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରିଥିଲେ ମଧ୍ୟ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ । ଅନ୍ୟପଟେ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ରଘୁନାଥ ପାଲି ଥାନା ପୋଲିସ୍।

Leave a Reply

Your email address will not be published. Required fields are marked *