ଜାଣନ୍ତୁ ଦୈନିକ କେତେ ପାଣି ପିଇବା ଆବଶ୍ୟକ…!
ସୁସ୍ଥ ଶରୀର ପାଇଁ ଖାଦ୍ୟ ଯେତିକି ଜରୁରୀ ପାଣି ମଧ୍ୟ ସେତିକି ଜରୁରୀ । ଖାଦ୍ୟ ଖାଇବା ସହିତ ଉଚିତ୍ ପରିମାଣର ପାଣି ପିଇବା ଦ୍ବାରା ଅନେକ ଫାଇଦା ଆମକୁ ମିଳିଥାଏ । ଅମ ଶରୀରକୁ ଖାଇବାର ଯେତିକି ଆବଶ୍ୟକତା ଅଛି ପାଣିର ମଧ୍ୟ ସମାନ ପରିମାଣର ଆବଶ୍ୟକତା ରହିଛି । ତେଣୁ ପାଣି ପିଇବାରେ ଅବହେଳା କରନ୍ତୁ ନାହିଁ । ପାଣି ପିଇବା ଦ୍ବାରା କେଉଁ ସବୁ ଜବରଦସ୍ତ ଲାଭ ମିଳିଥାଏ ଏବଂ କେତେ ଗ୍ଲାସ ପାଣି ପିଇବା ଆବଶ୍ୟକ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ଜଣେ ବ୍ୟକ୍ତିକୁ ପ୍ରତିଦିନ ୮ ରୁ ୯ ଗ୍ଲାସ୍ ପାଣି ପିଇବା ଉଚିତ୍ ବୋଲି ଡାକ୍ତରମାନେ କହିଥାନ୍ତି । କିନ୍ତୁ କିଛି ଲୋକଙ୍କୁ ଏହାଠାରୁ ଅଧିକ କିମ୍ବା କମ୍ ପାଣି ଦରକାର ହୋଇଥାଏ । ତେବେ ଆପଣଙ୍କ ଶରୀରକୁ କେତେ ପାଣି ଆବଶ୍ୟକ ଏହା ଜାଣିବାର ଏକ ସହଜ ଉପାୟ ମଧ୍ୟ ରହିଛି । ପରିଶ୍ରା କରିବା ସମୟରେ ଯଦି ଆପଣଙ୍କ ପରିଶ୍ରା ପାଣି ପରି ସ୍ପଷ୍ଟ ହୋଇଥାଏ ତେବେ ଜାଣନ୍ତୁ ଆପଣ ସଠିକ୍ ମାତ୍ରାରେ ପାଣି ପିଉଛନ୍ତି । କିନ୍ତୁ ଯଦି ଆପଣଙ୍କ ପରିଶ୍ରା ହଳଦିଆ ରଙ୍ଗର ହୁଏ ତେବେ ଜାଣନ୍ତୁ ଆପଣଙ୍କ ଶରୀରରେ ପାଣିର ଅଭାବ ରହିଛି ଏବଂ ଆପଣ ହାଇଡ୍ରେସନର ଶିକାର ହୋଇଛନ୍ତି ।
ଏବେ ଜାଣନ୍ତୁ ଦୈନିକ ୮ – ୧୦ ଗ୍ଲାସ୍ ପାଣି ପିଇଲେ କେଉଁ ଲାଭ ହୋଇଥାଏ
ବ୍ୟାୟାମରେ ସାହାଯ୍ୟ କରେ :
ସଠିକ୍ ପରିମାଣର ପାଣି ପିଇଲେ ଅନେକ ଲାଭ ହୋଇଥାଏ । ତାହା ମଧ୍ୟରୁ ଗୋଟିଏ ହେଉଛି ଏହା ଆପଣଙ୍କୁ ବ୍ୟାୟାମରେ ସାହାଯ୍ୟ କରିଥାଏ । ମାଂସପେଶୀକୁ ଠିକ୍ ଭାବରେ କାମ କରିବା ପାଇଁ ସୋଡିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମର ଉତ୍ତମ ସନ୍ତୁଳନ ରହିବା ଅବଶ୍ୟକତା ଥାଏ। ସଠିକ୍ ହାଇଡ୍ରେସନ୍ ବିନା ଏହା ସମ୍ଭବ ହୋଇନଥାଏ । ତେଣୁ ବ୍ୟାୟାମ୍ ପୂର୍ବରୁ ହାଇଡ୍ରେଟେଡ୍ ରହିବା ପାଇଁ ହେଲେ ଦୈନିକ ୮ ଗ୍ଲାସ୍ ପାଣି ପିଇବା ନିହାତି ଜରୁରୀ ।
ଅପରିଷ୍କାର ପଦାର୍ଥ ବାହାର କରେ :
ପାଣି ପିଇବା ଦ୍ବାରା ତରଳ ପଦାର୍ଥ ରୂପରେ କିଡନୀ ଆପଣଙ୍କ ଶରୀରରୁ ଅପରିଷ୍କାର ଖାଦ୍ୟ ପଦାର୍ଥକୁ ବାହାର କରିଥାଏ । ଆଉ ଏପରି କରିବା ପାଇଁ ହେଲେ ଶରୀରକୁ ପର୍ଯ୍ଯ।ପ୍ତ ପରିମାଣର ପାଣିର ଆବଶ୍ୟକ ରହିଥାଏ ।
ଉର୍ଜା ବଢାଇଥାଏ :
ସଠିକ୍ ମାତ୍ରାରେ ପାଣି ପିଇଲେ ଆପଣଙ୍କ ଶରୀରର ଉର୍ଜାର ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ଆପଣଙ୍କ ଶରୀରରେ ଉର୍ଜାର ସ୍ତରକୁ ନିୟନ୍ତ୍ରିତ ରଖିବା ପାଇଁ ପାଣିର ଆବଶ୍ୟକତା ରହିଛି । ପ୍ରତିଦିନ ପର୍ଯ୍ଯ।ପ୍ତ ପରିମାଣର ପାଣି ପିଇଲେ ସୁସ୍ଥ ଅନୁଭବ କରିବା ସହ ଆକ୍ଟିଭ୍ ମଧ୍ୟ ଅନୁଭବ କରିବେ ।
କୋଷ୍ଠକାଠିନ୍ୟକୁ ଦୂର କରେ :
ଯଦି ଆପଣ ଡିହାଇଡ୍ରେସନର ଶିକାର ହୋଇଛନ୍ତି ତେବେ କୋଷ୍ଠକାଠିନ୍ୟର ସମସ୍ୟା ଦେଖାଦେଇଥାଏ । ଯାହା କେବଳ ପର୍ଯ୍ଯ।ପ୍ତ ପାଣି ପିଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କେବଳ ପାଣି ପିଇଲେ ଅନେକ ରୋଗ ଭଲ ହୋଇଯାଇଥାଏ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପ୍ରତିଦିନ ସକାଳେ ଗୋଟିଏ ଗ୍ଲାସ୍ ଗରମ ପାଣି ପିଇଲେ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏତିକି ନୁହେଁ ବରଂ ଓଜନରେ ନିୟନ୍ତ୍ରଣ, ଗଣ୍ଠି ଜନିତ ସମସ୍ୟା, ହେଲ୍ଦି ହାର୍ଟ ପାଇଁ ଉପଯୁକ୍ତ ପାଣିର ଆବଶ୍ୟକତା ରହିଛି ।

