ମନୋରଞ୍ଜନ

ଇତିହାସ ରଚିଲା ଫିଲ୍ମ ‘ଲଭ୍ ଇନ୍ ଭିଏତନାମ’ !

Spread the love

ବିଶ୍ୱର ଅନେକ ଦେଶ ପରି, ଚୀନରେ ମଧ୍ୟ ହିନ୍ଦୀ ଫିଲ୍ମ ପାଇଁ ଏକ କ୍ରେଜ୍ ରହିଛି । କିଛି ହିନ୍ଦୀ ଫିଲ୍ମ ଚୀନରେ ବହୁତ ଭଲ ବ୍ୟବସାୟ ମଧ୍ୟ କରିଛି । ବଲିଉଡରେ ଏକ ସିନେମା ଅଛି ଯାହା ଚୀନ ଯୋଗୁଁ ରୋଜଗାରର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ସେହିଭଳି, ଅବନୀତ କୌର ଏବଂ ଶାନ୍ତନୁ ମିଶ୍ରଙ୍କ ଫିଲ୍ମ ‘ଲଭ୍ ଇନ୍ ଭିଏତନାମ’ ଧମାକା ସୃଷ୍ଟି କରିଛି । ଏହା ଚୀନରେ ୧୦,୦୦୦ ସ୍କ୍ରିନରେ ମୁକ୍ତିଲାଭ କରୁଥିବା ପ୍ରଥମ ଭାରତୀୟ ସିନେମା ହେବ ।

ଏହି ବଡ଼ ସଫଳତା ବିଷୟରେ କଥା ହୋଇ ଫିଲ୍ମର ନିର୍ଦ୍ଦେଶକ ରାହତ ଶାହ କାଜମୀ କହିଛନ୍ତି, ‘ଲଭ୍ ଇନ୍ ଭିଏତନାମ ସମସ୍ତଙ୍କ ମନ କିଣିନେଇଛି । ଆମେ ଏହି ଫିଲ୍ମରେ ଆମର ହୃଦୟ ଏବଂ ଆତ୍ମା ଲଗାଇଛୁ । ଏଥିସହ ଏହା ପ୍ରକୃତରେ ଗର୍ବର ବିଷୟ, କାରଣ ଆମେ ଭାରତରେ ରିଲିଜ୍ ହେବା ପୂର୍ବରୁ ଚୀନ୍ରେ ୧୦,୦୦୦ ସ୍କ୍ରିନ୍ ହାସଲ କରି ଇତିହାସ ସୃଷ୍ଟି କରିଛୁ ।’

ଏଥିସହ ଜାଣିରଖନ୍ତୁ ଯେ, ଶାନ୍ତନୁ ମାହେଶ୍ୱରୀଙ୍କ ବ୍ୟତୀତ, ଭିଏତନାମୀୟ ଅଭିନେତ୍ରୀ ଖା ନାଗନ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି । ଫରିଦା ଜଲାଲ, ଗୁଲସନ ଗ୍ରୋଭର, ରାଜ ବବରଙ୍କ ଭଳି ବରିଷ୍ଠ ଅଭିନେତା ମଧ୍ୟ ନଜର ଆସିବେ । ଏହା ବ୍ୟତୀତ ଫିଲ୍ମରେ ପଞ୍ଜାବ ଏବଂ ଭିଏତନାମର ସୁନ୍ଦର ସ୍ଥାନଗୁଡ଼ିକୁ ମଧ୍ୟ ଦେଖାଯାଇଛି ।

ଓମୁଙ୍ଗ କୁମାର, କ୍ୟାପ୍ଟେନ୍ ରାହୁଲ ବାଲିଙ୍କ ଦ୍ୱାରା ପ୍ରଯୋଜିତ ଏବଂ ରାହତ ଶାହ କାଜମୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୧୨ ସେପ୍ଟେମ୍ବର ୨୦୨୫ରେ ସାରା ଦେଶରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *