ଏଥର ୩ ଥର JEE Advanced ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ
ଜେଇ ଆଡଭାନ୍ସ ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଜେଇ ପରୀକ୍ଷା ୩ ଥର ଦେଇପାରିବେ ଛାତ୍ରଛାତ୍ରୀ । ନୂଆ ଗାଇଡଲାଇନ ମୁତାବକ, ଏବେ ଇଚ୍ଛୁକ ପ୍ରାର୍ଥୀ ଲଗାତାର ୩ ବର୍ଷ ପାଇଁ ୩ ଥର ପରୀକ୍ଷା ଦେଇପାରିବେ ।ଜେଇ ଆଡଭାନ୍ସ ପରୀକ୍ଷା ଦେବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଜନ୍ମ ୨୦୦୦, ଅକ୍ଟୋବର ୧ ତାରିଖ ପରେ ହେବା ଜରୁରୀ । ଅନୁସୂଚିତ ଜାତି/ଜନଜାତି/ପିଡବ୍ଲୁଡି ପ୍ରାର୍ଥୀଙ୍କୁ ବୟସ ସୀମାରେ ୫ ବର୍ଷ ଛାଡ ମିଳିବ । ଏମାନେ ୧୯୯୫ ଅକ୍ଟୋବର ୧ ତାରିଖ ପରେ ଜନ୍ମ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ।
