ଦେଶ ବିଦେଶ

ମୁମ୍ବାଇ ରେ ଉତ୍କଳ ଦିବସ ଉତ୍ସବ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ପାଳିତ

Spread the love

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଧିନରେ ବୋମ୍ବାଇ ଓଡିଆ ମହାସଂଘ ଓ ମୁମ୍ବାଇ ଓଡିଆ ସମାଜର ମିଳିତ ଆନୁକୁଲ୍ୟରେ ସେଲ୍ଟର ହୋମ୍ ଫର୍ କ୍ୟାନସର ପ୍ୟାସେଣ୍ଟସ, ସେକ୍ଟର-12, ନବୀ ମୁମ୍ବାଇରେ ଏପ୍ରିଲ ଏକ ତାରିଖ ରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଚେୟାରମ୍ୟାନ ଡ଼ାକ୍ତର ବିପିନ୍ ମିଶ୍ରଙ୍କ ଦ୍ୱାରା କ୍ୟାନସର ରୋଗୀମାନେଙ୍କୁ ବିସ୍କୁଟ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ଉତ୍କଳ ଦିବସର ଗୁରୁତ୍ୱ ସେମାନେଙ୍କୁ ଡ଼ାକ୍ତର ମିଶ୍ର ନିଜ ଅଭିଭାଷଣରେ ଆସନ୍ତୁ ଓଡ଼ିଆ ଭାବେ ଗର୍ବ କରିବା ଏବଂ ଆମ ଭାଷାକୁ ବଞ୍ଚେଇ ରଖିବା ଓଡ଼ିଆ ଅସ୍ମିତା ସମ୍ପର୍କ ରେ ମତ ରଖିଥିଲେ ।

ଏହି ଅବସରରେ ଶ୍ରୀ ବି.କେ. ପାଣିଗ୍ରାହୀ, ଡ. ସୁକାନ୍ତି ମିଶ୍ର, ଶ୍ରୀ ବସନ୍ତ ଦାସ, ଶ୍ରୀ ପ୍ରୀତିକାନ୍ତ ପଟ୍ଟନାୟକ, ଶ୍ରୀ କୃଷ୍ଣ ସାହୁ, ଶ୍ରୀ ସ୍ୱେଇନ୍, ଓ ଶ୍ରୀ ପ୍ରଦୀପ୍ ସେନାପତି ଉପସ୍ଥିତ ରହି ଓଡ଼ିଆ ଭାଷା ର ଗୁରୁତ୍ୱ ବିଷୟରେ ପରିପ୍ରକାଶ କରିଥିଲେ | ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ |ଏହି ଅବସରରେ କ୍ୟାନସର ରୋଗୀମାନେଙ୍କର ମୁହଁରେ ହସ ଏବଂ ଖୁସି ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *