ରାଶିଫଳ

ଡିସେମ୍ବର ୧୩ ତାରିଖ, ବୁଧବାର; ଜାଣନ୍ତୁ କେମିତି ରହିବ ଆଜିର ଦିନ

Spread the love

ମେଷ – ଆଳସ୍ୟ ବୃଦ୍ଧି ହେବ । ଆର୍ଥିକ ବ୍ୟୟ ଅଧିକ ହେବ ।ପରିବାରରେ ଚାହୁଁ ନ ଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ । ବ୍ୟବସ୍ଥାରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇ ନ ପାରେ । ଅଙ୍ଗରେ କ୍ଳେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବୃଷ – ବୁଧବାର ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ ।ସର୍ବ କାର୍ଯ୍ୟ ରେ ସିଦ୍ଧି ଘଟିବ । ଧାର ଦେଇଥିବା ପଇସା ଆପଣ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ।

ମିଥୁନ – ଅର୍ଥ ବିଷୟ ଚିନ୍ତା ଦୂର ହେବ । କର୍ମ ସଂସ୍ଥାନରେ ପ୍ରଶଂସା ମିଳିବ । ପତ୍ନୀଙ୍କ କଥା ମନି ଚାଲିଲେ ଦିନଟି ଅଧିକ ଭଲ ହେବ ।ବାକି ଥିବା କାର୍ଯ୍ୟ କାଲି ସଂପୂର୍ଣ୍ଣ ହେବ । ବ୍ୟବସାୟରେ କିଛି ନୂଆ କରିବାର ଆଶାରେ ରହିବେ । ଛାତ୍ର ଛାତ୍ରୀ ମାନେ ଉନ୍ନତି ପଥ ଅନୁସରଣ କରିବେ ।

କର୍କଟ – କୌଣସି ସ୍ଥାନରୁ ଶୁଭ ଖବର ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ। ରୋଜଗାର ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କ୍ୟାରିୟରକୁ ନେଇ ଛାତ୍ର ଛାତ୍ରୀ ମାନେ ଚିନ୍ତାରେ ରହିବେ ।ବ୍ୟବସାୟୀ ମାନେ ଦୂର ଯାତ୍ରା କରିପାରନ୍ତି।

ସିଂହ – ନୂତନ କିମ୍ବା ପୁରୁଣା କାର୍ଯ୍ୟରେ ହାନି ଘଟି ପାରେ । ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ମାଲି ମୋକଦ୍ଦମାକୁ ଆସନ୍ତାକାଲି ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ଛାତ୍ର ଛାତ୍ରୀ ମାନେ ପାଠରେ ଯଥେଷ୍ଟ ମନଯୋଗ ଦେବେ ।

କନ୍ୟା – ହଠାତ୍ ଧନ ପ୍ରାପ୍ତିର ଯୋଗ ଆପଣଙ୍କର ରହିଛି । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ । ଦେହ ମନ ସୁସ୍ଥ ରହିବ। ବ୍ୟବସାୟରେ ବାକି ରହିଥିବା କାର୍ଯ୍ୟର ଆରମ୍ଭ ହେବ । ପାରିବାରିକ ଜୀବନ ସୁଖ ମୟ ହେବ ।ଛାତ୍ର ଛାତ୍ରୀ ମାନେ ଖେଳକୁଦରେ ବିଜୟ ହାସଲ କରିବେ ।

ତୁଳା – ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ଅନେକ ସମ୍ମାନ ପ୍ରାପ୍ତି କରିବେ। ଆର୍ଥିକ ବ୍ୟୟ ହେବା। ବ୍ୟବସାୟରେ ଉନ୍ନତି ଦେଖିବାକୁ ମିଳିବ ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ଅଧିକ ପରିଶ୍ରମରେ ଦିନଟି କାଟିବ । ଛାତ୍ର ଛାତ୍ରୀ ମାନେ ସମୟ ନଷ୍ଟ କରିବେ ।

ବିଛା – ଅନ୍ୟ ସ୍ଥାନକୁ ଭ୍ରମଣର ଯୋଗ ରହିଛି। ପତ୍ନୀଙ୍କ ସହଯୋଗ ମିଳିବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ହୋଇ ପାରେ । ପରିଶ୍ରମ ସମୟ ଅଧିକ ରହିବ ।

ଧନୁ – ଶାରୀରିକ ସମସ୍ୟା ଦେଖା ଦେବ ।ତଳିପେଟରେ ଯନ୍ତ୍ରଣା ଦେଖା ଦେବ । ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମରେ ଅଳ୍ପ ଲାଭ । ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

ମକର – ପରିବାରରେ ସୁଖ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ସହିତ ,ଦାମ୍ପତ୍ୟ ଜୀବନ ସୁଖ ମୟ ହେବ ।ଚାକିରି କ୍ଷେତ୍ର ରେ ଉନ୍ନତି ଘଟିବ । ମିତ୍ର ଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କିଛି ନୂଆ କରିବାକୁ ପ୍ରେରଣା ମିଳିବ ।

କୁମ୍ଭ – ଆୟ ବୃଦ୍ଧି ହେବ । ନିଜ କ୍ରୋଧ କୁ ନିଜ ଆୟତ୍ତ ରେ ରଖନ୍ତୁ ।ନହେଲେ ଅସୁବିଧା ରେ ସମ୍ମୁଖୀନ ହେବେ । ଚାକିରି କ୍ଷେତ୍ର ରେ ଉନ୍ନତି ଘଟିବ । ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କିଛି ନୂଆ କରିବାକୁ ପ୍ରେରଣା ମିଳିବ । ମାନ ପ୍ରଫୁଳିତ ରହିବ।

ମୀନ – ଆୟର ଯୋଗ ରହିଛି ।ଛଳନା ଓ ଛନ୍ଦ କପଟର ଶିକାର ହୋଇ ପାରନ୍ତି ।ଲାଗି ରହିଥିବା ମାଲି ମୋକଦ୍ଦମାର ବୁଧବାର ଅନ୍ତ ଘଟିବ ।ସରକାରୀ ଯୋଜନାର ସଂପୂର୍ଣ୍ଣ ଲାଭ ମିଳିବ ।ଛାତ୍ର ଛାତ୍ରୀ ମାନେ କ୍ୟାରିୟର ପ୍ରତି ଅଧିକ ଯତ୍ନବାନ ହେବେ । ମନରେ ବିଷାଦ ଭାବ ରହିବ ।

Leave a Reply

Your email address will not be published. Required fields are marked *