ରାଜ୍ୟ

ପାରାଦୀପ ବନ୍ଦରରୁ କୁମ୍ଭୀର ଛୁଆ ଉଦ୍ଧାର

Spread the love

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ କଷ୍ଟମ୍ସ ବିଭାଗ ଜେଟ୍ଟିରୁ ଏକ ବିରଳ ପ୍ରଜାତିର ବ‌ଉଳା କୁମ୍ଭୀର ଛୁଆ ଉଦ୍ଧାର କରାଯାଇଛି । ଛୁଆଟିର ଲମ୍ବ ୪୦ ସେଣ୍ଟିମିଟର ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଏବେପାରାଦୀପ ବନ୍ଦରର ଜେଟ୍ଟିରେ କାର୍ଯ୍ୟ କରୁଥିବା ଶ୍ରମିକ ଆତଙ୍କିତ ହୋଇପଡ଼ିଛନ୍ତି । ଯେହେତୁ ଛୁଆ କୁମ୍ଭୀର ବୁଲୁଥିଲା , ଏଠାରେ ବଡ଼ କୁମ୍ଭୀର ଥାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି ।କୁମ୍ଭୀର ଛୁଆଟି ଭିତରକନିକା ଅଭୟାରଣ୍ୟରୁ ଚାଲି ଆସିଥିବା ଅନୁମାନ କରାଯାଉଛି  ।  ଏହାକୁ ବନ ବିଭାଗ ଉଦ୍ଧାର କରି ଭିତରକନିକାରେ ଛାଡିବାର ବ୍ୟବସ୍ଥା କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *