ପାଳିତ ହେଲା ‘ବିଶ୍ବ କୁଷ୍ଠ ଦିବସ’
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସାସାକାୱା ଲେପ୍ରୋସି ଓ ଓଡ଼ିଶା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମିଳିତ ସହଭାଗିତାରେ ‘ବିଶ୍ବ କୁଷ୍ଠ ଦିବସ’ ପାଳିତ ହୋଇଛି। ହୋଟେଲ ଭିଭାନ୍ତା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଓଡ଼ିଶାରେ କୁଷ୍ଠ ନିରାକରଣ ପାଇଁ ସାସାକାୱା ହେଲ୍ଥ ଫାଉଣ୍ଡେସନ୍ ସହିତ ମିଳିତ ଭାବେ କାମ କରିବୁ ବୋଲି କହିଥିଲେ। ଗତ ୨୦୧୯-୨୦ ବର୍ଷରେ ରାଜ୍ୟରେ ୧୦୦୭୭ କୁଷ୍ଠରୋଗୀ ଥିବା ବେଳେ ୨୦୨୪-୨୫ ଏହାର ସଂଖ୍ୟା ୬୧୯୪କୁ ଖସିଆସିଛି।୨୦୩୦ ସୁଦ୍ଧା କୁଷ୍ଠ ରୋଗ ଦୂର କରିବା ପାଇଁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ପ୍ରତି ରୋଗୀର ପରିବାରକୁ ଟିକା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

