ଫୁଲବାଣୀ ବନବିଭାଗ ଦ୍ବାରା ଏକ କଲରାପତରିଆ ବାଘ ଛାଲ ଜବତ
ଗୁରୁବାର ବିଳମ୍ବିତ ରାତିରେ ଜି.ଉଦୟଗିରି ରେଞ୍ଜ ଅଧିକାରୀ କାଜଲ ନାୟକଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ କଳିଙ୍ଗା ବାବୁଛକ ଠାରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିବା ଦେଖି ତାଙ୍କୁ ପଚରାଉଚରା କରିଥିଲେ। ଯାଞ୍ଚ ବେଳେ ତାଙ୍କ ପାଖରେ ଥିବା ବ୍ୟାଗରୁ ଏକ କଲରାପତରିଆ ଛାଲ ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ବୋଲି ଜଣାପଡିଛି। ଭବାନୀଙ୍କୁ ଜେରା କରି ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। ପ୍ରମୋଦଙ୍କ ଘରୁ ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗିରଫ ମାନଙ୍କଠାରୁ ଏକ ମୋବାଇଲ ଏବଂ ଛୁରୀ ଜବତ ହୋଇଛି। ଜବତ ଛାଲଟି ଏକ ବୟସ୍କ କଲରାପତରିଆର ଏବଂ ପ୍ରାୟ ଦେଢ ମାସ ତଳେ ଶୀକାର କରାଯାଇଥିବା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀ

