ଦେଶ ବିଦେଶ

ଆମେରିକୀୟ ବେବୀ ପାଉଡର କମ୍ପାନୀ ଦେବ ୧୫୪ କୋଟିର ଜରିମାନା, ଜାଣନ୍ତୁ ପୁରା କଥା କ’ଣ?

Spread the love

ଜନସନ ଆଣ୍ଡ ଜନସନ କମ୍ପାନୀଙ୍କୁ ଝଟକା । ଗଣିପାରେ ମୋଟା ଅଙ୍କର ଜରିମାନା । ଜଣେ ଯୁବକଙ୍କ ଅଭିଯୋଗରେ କମ୍ପାନୀ ଦେଇପାରେ ୧୮.୮ ମିଲିୟନ ଡଲାର । ସେ କହିଛନ୍ତି ଯେ ସେ କମ୍ପାନୀର ଶିଶୁ ପାଉଡରରୁ କର୍କଟ ରୋଗର ତତ୍ତ୍ୱ ମିଳିଛି । କାଲିଫର୍ଣ୍ଣିଆର ଜଣେ ବ୍ୟକ୍ତି କର୍କଟ ରୋଗ ପାଇଁ କମ୍ପାନୀର ଟାଲକମ୍ ପାଉଡରକୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ଶିଶୁ ପାଉଡର କାରଣରୁ ହୋଇଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଲୁଚାଇ ରଖିଛି । ଏହି ପାଉଡର ବ୍ୟବହାର ଯୋଗୁ ଜଣେ ଯୁବକ କ୍ୟାନସର ପରି ଘାତକ ବେମାରରେ ପୀଡ଼ିତ ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆର ଏକ କୋର୍ଟ ଏପରି ରାୟ ଶୁଣାଇଛନ୍ତି । ସେପଟେ ଏହା ବିରୋଧରେ କମ୍ପାନୀ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ ସ୍ପଷ୍ଟ କରିଛି । ଏମୋରି ହର୍ନାଡେଜ ଭାଲଡେଜ ନାମକ ୨୪ ବର୍ଷୀୟ ଯୁବକ ଜନସନ୍‌ ଆଣ୍ଡ ଜନସନ କମ୍ପାନୀ ବିରୋଧରେ ଏପରି ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏମୋରି ହର୍ନାଡେଜଙ୍କ ଅଭିଯୋଗ ଅନୁଯାୟୀ, ସେ ଛୋଟ ବେଳୁ ଜନସନ ଆଣ୍ଡ ଜନସନ ପାଉଡର ବହୁଳ ଭାବେ ବ୍ୟବହାର କରୁଥିଲେ। ଫଳରେ ବଡ଼ ହେବା ପରେ ତାଙ୍କ ନିକଟରେ କ୍ୟାନସର ରୋଗ ଚିହ୍ନଟ ହୋଇଛି । ଏହି ରୋଗର ଚିକିତ୍ସା ଯନ୍ତ୍ରଣାଦାୟକ ହୋଇଥିବା ବେଳେ ଖୁବ୍‌ ବ୍ୟୟବହୁଳ । ତେଣୁ ଆର୍ଥିକ କ୍ଷତିପୂରଣ ପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୬ ସପ୍ତାହ ଧରି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାରପତି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଏଥିସହ ତୁରନ୍ତ ଏମୋରି ହର୍ନାଡେଜଙ୍କୁ ୧୮.୮ ମିଲିୟନ ଡଲାରର କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *