ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା ଜବତ
କୋଲାକାତାରୁ ବାରିପଦା ଆସୁଥିବା ବେଳେ ଏମକେସି ହାଇସ୍କୁଲ ଛକରୁ ଗାଡି ସହ ଧରିଲା GST ଟିମ । ବାରିପଦା ଏମ୍ କେ ସି ହାଇସ୍କୁଲ ପାଖ ଏକ ଗହଣା ଦୋକାନରେ ସୁନା ଗହଣା ଯୋଗାଇ ଦେଉଥିବା ବେଳେ ଜବତ ହୋଇଛି ।ସୂଚନା ଅନୁସାରେ ଗତକାଲି ମଧ୍ୟ ରାତ୍ରରେ କୋଲକତାରୁ ଏକ ଲଜିଷ୍ଟିକ୍ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା ସହରକୁ ଆସିଥିଲା ।
ମୁମ୍ବାଇରୁ ଉକ୍ତ ସୁନା ଫ୍ଲାଇଟ୍ରେ କୋଲକତାରେ ପହଞ୍ଚିଥିଲା । ଏହାପରେ ସେଠାରୁ ସଡ଼କ ପଥରେ ଲଜିଷ୍ଟିକ୍ ଗାଡ଼ିରେ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା । ଏନେଇ ଜିଏସ୍ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ । ମଧ୍ୟ ରାତ୍ରିରେ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ପୋଲିସ୍ ସହାୟତାରେ ତାହାକୁ ଅଟକ ରଖାଯାଇଛି।
