ରାଜ୍ୟ

ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ

Spread the love

ଭୁବନେଶ୍ବରରେ ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା । ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ ।  ଦୁର୍ଘଟଣା ହ୍ରାସ ପାଇଁ ଏହି ପଦକ୍ଷେପ ନିଆଯିବ ।  ଏନେଇ IIT ମାଡ୍ରାସ ସହ ଚୁକ୍ତି ହୋଇଛି । ଡ୍ରାଇଭର ଆଖି ପଡ଼ିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ ।  ମଦ ପିଇ ଗାଡି ଚଳାଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ ।  ଏହି ଡିଭାଇସ ଦ୍ବାରା ରୋଡ ହିପ୍ନୋଟିଜିମକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ । ସରକାର ଏନେଇ ଆଗାମୀ ବଜେଟରେ ବ୍ୟବସ୍ଥା କରାଯିବ  ।

Leave a Reply

Your email address will not be published. Required fields are marked *