କଟକରେ ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା
କଟକରେ ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ଗତକାଲି ରାତିରୁ ଆରମ୍ଭ ହୋଇଥିବାର ସୂଚନା ମିଳିଛି।ଆଜି ସକାଳ ସୁଦ୍ଧା କଟକ କାଠଯୋଡ଼ି ଦେବୀଗଡ଼ାରେ ୧୫ଟି ମୃଣ୍ମୟ ମୂର୍ତ୍ତିଙ୍କୁ ବିସର୍ଜନ କରାଯାଇସାରିଲାଣି। ଏବେ ବିଭିନ୍ନ ପୂଜାମଣ୍ଡପର ମା ଦୁର୍ଗା ସାହି ବୁଲୁଛନ୍ତି। ତାପରେ କାଠଯୋଡ଼ି ଦେବୀଗଡ଼ାରେ ବିସର୍ଜନ କରାଯିବ। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଜାରି ରହିଛି। ଆଜି ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେଉଛି।
କଟକରେ ୧୫୦ରୁ ଅଧିକ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କୁ ମୃଣ୍ମୟୀ ମୂର୍ତ୍ତି ଆଜି ବିସର୍ଜିତ ହେବ। କଟକରେ ଏଥିଲାଗି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

