ରାଜ୍ୟ

ଭାରସାମ୍ୟ ହରାଇ ନାଳ ଭିତରକୁ ଖସିଲା କାର୍

Spread the love

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ୨ ପରିବାରର ୫ ସଦସ୍ୟ ପୂଜା ଛୁଟିରେ ଅଯୋଧ୍ୟା ପୀଠ ବୁଲିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରୁଥିବା ବେଳେ ବାଙ୍ଗିରିପୋଷି ଥାନା ଅଧୀନ ଧୋଡାଙ୍ଗୀରି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡିଥିଲା। ଫଳରେ କାର୍‌ରେ ଥିବା ୫ ସଦସ୍ୟ ଆହତ ହୋଇଥିଲେ। ଆହତ ୫ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଁଚି ତଦନ୍ତ ଜାରି ରଖିଛି।

 

Leave a Reply

Your email address will not be published. Required fields are marked *