ରାଜ୍ୟ

ତାଳଚେରରୁ ସରି ଆସୁଛି କୋଇଲା , କୋଇଲା ହବ୍‌ ହେବ ଅନୁଗୁଳ

Spread the love

ତାଳଚେରରୁ ସରି ଆସୁଛି କୋଇଲା। ଛେଣ୍ଡିପଦା ବ୍ଲକ୍‌ରେ ପ୍ରଚୁର ପରିମାଣର କୋଇଲା ମହଜୁଦ୍‌ ଥିଲା ବେଳେ ଖୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୫ ବର୍ଷରେ ଅନୁଗୁଳ ଜିଲ୍ଲାର ୧୬ଟି ନୂଆ କୋଲ୍‌ ବ୍ଲକ୍‌ ଆବଣ୍ଟନ କରାଯାଇଥିଲା ବେଳେ କେବଳ ଛେଣ୍ଡିପଦା ବ୍ଲକ୍‌ରୁ ୧୩ଟି ରହିଛି। ଆଉ କିଛି କୋଲ୍‌ ବ୍ଲକ୍‌ ଆବଣ୍ଟନ କରାଯିବାକୁ ରହିଛି।ଏହି ୫ ବର୍ଷ ଭିତରେ ଆବଣ୍ଟିତ ହୋଇଥିବା କୋଲ୍‌ ବ୍ଳକ୍‌ ଭିତରୁ କେବଳ ଉତ୍କଳ-ସି ରୁ କୋଇଲା ଉତ୍ତୋଳନ ଆରମ୍ଭ ହୋଇଛି। ଏହାକୁ ପାଇଥିବା ଜେଏସ୍‌ପିଏଲ୍‌ ୨୦୨୩-୨୪ରୁ ଖଣି ଖନନ ଆରମ୍ଭ କରିଛି। ଆଉ କିଛି ଖଣି ପାଇଁ ପ୍ରକ୍ରିୟା ଚାଲିଛି। ଏପଟେ ଏ ଭିତରେ ତାଳଚେରରେ ୪ଟି କୋଇଲା ଖଣି ବନ୍ଦ ହୋଇଛି। ଏମ୍‌ସିଏଲ୍‌ ଖୋଳୁଥିବା ସାଉଥ୍‌ ବଲଣ୍ଡା ଖୋଲାମୁହଁ କୋଇଲା ଖଣି, ଛେଣ୍ଡିପଦା ଖୋଲାମୁହଁ କୋଇଲା ଖଣି, ଦେଉଳାବେଡ଼ା ଭୂତଳ କୋଇଲା ଖଣି ଓ ହାଣ୍ଡିଧୂଆଁ ଭୂତଳ କୋଇଲା ଖଣିରୁ କୋଇଲା ଶେଷ ହେବା ପରେ ଏହାକୁ ବନ୍ଦ କରି ଦିଆଯାଇଛି। ଏପଟେ ନୂଆ ଖଣି ଖନନ ପାଇଁ ସରକାର ହାତ ଖୋଲି ଦେଇଥିବାରୁ ଆଗକୁ ଅନୁଗୁଳ କୋଇଲାର ହବ୍‌ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *