ଅଭୟାରଣ୍ୟ ଛାଡ଼ି ଗାଁରେ ପଶିଲା ହରିଣ
ଗାଁରେ ପଶିଲା ହରିଣ | ଅସ୍ତରଙ୍ଗ ନିକଟ ବିଲୁଆମୁନ୍ଦୁଳି ଗାଁକୁ ଏକ ଚିତ୍ରାହରିଣ ପଶିଆସିଥିଲା । ହରିଣକୁ ଦେଖି ବୁଲା କୁକୁର ଆକ୍ରମଣ କରିଥିଲେ । ହରିଣଟି ଦୌଡ଼ି ଭୟରେ ଏକ ପୋଖରୀ ଭିତରେ ପଶିଯାଇଥିଲା । ବିଲୁଆ ମୁନ୍ଦୁଳି ଗାଁର କିଛି ଯୁବକ ହରିଣକୁ ଉଦ୍ଧାର କରି ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଅସ୍ତରଙ୍ଗ ବିଭାଗ କର୍ମଚାରୀ ପହଞ୍ଚି ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

