ରାଜ୍ୟ

ଘରୁ ନଗଦ ୪୬ ଲକ୍ଷ ଟଙ୍କା ୪୫ ହଜାର ଟଙ୍କା ଜବତ , ଗିରଫ ହେଲେ କୋଟିପତି ଯନ୍ତ୍ରୀ

Spread the love

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ଘରୁ ଜବତ ହୋଇଛି ନଗଦ ୪୬ ଲକ୍ଷ ଟଙ୍କା ୪୫ ହଜାର ଟଙ୍କା । ତିନି କୋଟି ୪୨ଲକ୍ଷରୁ ରହିଛି ଅଧିକ ଟଙ୍କାର ଜମା । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓଙ୍କ ବାସଭବନ ଓ କାର୍ଯ୍ଯାଳୟରେ ଚଢଉ କରିଥିଲା ଭିଜିଲାନ୍ସ ।

ଏକକାଳୀନ ୧୧ଟି ସ୍ଥାନରେ ହୋଇଥିଲା ଚଢଉ । ରେଡ ବେଳେ ହରିହର ରାଓଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ତାଜୁବ । ଗୋଟିଏ ୩ମହଲା ସହ ୨ଟି କୋଠା ରହିଥିବା ବେଳେ କେତେକ ବେନାମୀ ଫ୍ଲାଟ ମଧ୍ୟ ରହିଥିବା ଜଣାପଡ଼ିଛି । ବ୍ରହ୍ମପୁର ଭାବିନୀପୁରରେ ୨୧ଶହ ବର୍ଗଫୁଟର ଏକ ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ ୩ହଜାର ବର୍ଗଫୁଟର କୋଠା ରହିଛି । ସେହିପରି ବ୍ରହ୍ମପୁର ବୈଦ୍ୟନାଥପୁର ଅଞ୍ଚଳରେ ଏକ ତିନି ମହଲା କୋଠା ରହିଛି ।ଭୁବନେଶ୍ବର ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ବେନାମୀ ଫ୍ଲାଟ ଥିବା ଜଣାପଡ଼ିଛି | ହରିହରଙ୍କର ଏକ କାର ଓ ଏକ ଦୁଇଚକିଆ ଗାଡ଼ି ରହିଛି । କେମିତି ଏତେ ଟଙ୍କାର ସଂପତ୍ତି କଲେ ତାର ତନାଘନା ତଦନ୍ତ ଚଳାଇଛି ଭିଜିଲାନ୍ସ

 

Leave a Reply

Your email address will not be published. Required fields are marked *