ମହଙ୍ଗା ପଡ଼ିପାରେ ଚିପ୍ସ ଖାଇବା , ରୋଗକୁ ଦେଉଛନ୍ତି ନିମନ୍ତ୍ରଣ
ପାଟିକୁ ଚଟପଟା ଏବଂ କୁଡକୁଡ୍ ଲାଗୁଥିବା ଚିପ୍ସ କାହାକୁ ବା ପସନ୍ଦ ନୁହଁ । କିନ୍ତୁ ବାହାରୁ କିଣୁଥିବା ପ୍ୟାକେଟବନ୍ଦ ଚିପ୍ସ ଶରୀର ପାଇଁ କେତେ ହାନିକାରକ ଏହା ଆମେ ଜାଣି ସୁଦ୍ଧା ପିଲାଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼େ । ଗବେଷଣାରୁ ଜଣାପଡ଼ିଛି,ମେଦବହୁଳତା,ଡାଇବେଟିସ୍ ଠାରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ଏହି ପ୍ୟାକେଟବନ୍ଦ ଚିପ୍ସ ଶରୀରରେ କ୍ଷୀପ୍ର ଗରଳ ଭଳି କାମ କରିଥାଏ । ଷ୍ଟଡିରୁ ଏହା ମଧ୍ୟ ଜଣାପଡ଼ିଛି ଯେ ହୃଦୟ ସହିତ ଜଡ଼ିତ ରୋଗର ବିଭିନ୍ନ କାରଣ ମଧ୍ୟରୁ ଚିପ୍ସ ଖାଇବା ଅନ୍ୟତମ । ତେବେ ଆସନ୍ତୁ ଜାଣିବା ପାଟିକୁ ସୁଆଦିଆ ଲାଗୁଥିବା ଏହି ଚିପ୍ସ ଆପଣଙ୍କ ପିଲାର ଶରୀରରେ କିପରି ପ୍ରଭାବ ପକାଉଛି ।
ଚିପ୍ସରେ ଫ୍ୟାଟ୍ ଏବଂ କ୍ୟାଲୋରିଜର ମାତ୍ରା ଅତ୍ୟଧିକ ଥିବାରୁ କମ୍ ବୟସରେ ଓଜନ ବଢିବା ତଥା ମେଦବହୁଳତାର ଶିକାର ମଧ୍ୟ ହେବାକୁ ପଡ଼ିଥାଏ । ୨୮ ଗ୍ରାମ୍ ଆଳୁ ଚିପ୍ସରେ ୧୫ ରୁ ୨୦ ଗ୍ରାମ୍ ଫ୍ୟାଟ୍ ଏବଂ ୧୫୪ ଗ୍ରାମ୍ କ୍ୟାଲୋରିଜ୍ ରହିଥାଏ । ୨୦୧୫ ରେ ହୋଇଥିବା ଏକ ଗବେଷଣା ଅନୁସାରେ , ତେଲରେ ଡିପ୍ ଫ୍ରାଏ ହୋଇଥିବା ଆଳୁ ଚିପ୍ସ ଓଜନ ବଢିବାର ପ୍ରମୁଖ କାରଣ ହୋଇଥାଏ । ଏଥିରେ ଡାଇବେଟିସ୍ , ହୃଦୟ ଜନିତ ସମସ୍ୟା ଏମିତିକି କର୍କଟ ଭଳି ଦୁଃସାଧ୍ୟ ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି ।
