ସ୍ୱାସ୍ଥ୍ୟ

ଶୀତଦିନେ ସୁସ୍ଥ ରହିବେ କିପରି ?

Spread the love

ଆସିଲାଣି ଶୀତଋତୁ ।  ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖିନ ହେବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତଦିନେ ମଧ୍ୟ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ।ଶୀତ ଦିନରେ ସୂର୍ଯ୍ୟ କିରଣ ଗ୍ରହଣ କରିବା ମଧ୍ୟ ଆୟୁର୍ବେଦରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ତେଲ ମାଲିସ୍ କରିବା ପରେ, ହାଲୁକା ସୂର୍ଯ୍ୟ କିରଣରେ ୫-୧୦ ମିନିଟ୍ ବସି ତା’ପରେ ଗାଧୋଇବା ଉଚିତ।ଶୀତ ଦିନରେ ଶରୀରରେ ତେଲ ମାଲିସ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସକାଳେ ଗାଧୋଇବା ପୂର୍ବରୁ ରାଶି ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରି ଶରୀରକୁ ଭଲ ଭାବେ ମାଲିସ୍ କରିବା ଉଚିତ।ଶୀତ ଦିନରେ ଭାତ ଖାଇବା ଦ୍ୱାରା କଫ ବୃଦ୍ଧି ହୋଇଥାଏ। ଏପରି ପରିସ୍ଥିତିରେ ଭାତ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଭାତ ଖାଇବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଦିନରେ ଖାଇପାରିବେ, କିନ୍ତୁ ଯଦି ଆପଣ ଏହାକୁ ରାତିରେ ଖାଇବାକୁ ଇଛାହୁଏ ତେବେ ଅଦା, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ଡାଲଚିନି ଏବଂ ତେଜ ପତ୍ର ପରି ଗରମ ମସଲା ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *