ରାଜ୍ୟ

୧ କୋଟିର ଗଞ୍ଜେଇ ଜବତ

Spread the love

ରିଆମାଳ ଥାନା କଂସର ପୋଲିସ ଫାଣ୍ଡି ଅନ୍ତର୍ଗତ ବଞ୍ଜାରୀ ଗ୍ରାମରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଗଚ୍ଛିତ ଥିବା ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଏସଟିଏଫର ଏକ ଟିମ ମଙ୍ଗଳବାର ବିଳମ୍ବିତ ରାତି ଚଢଉ କରିଥିଲା । ଚଢଉ ସମୟରେ ସେଠାରେ ଥିବା ଅଖା ବସ୍ତା ବୋଝେଇ ଏକ ଟ୍ରକ ଭିତରୁ ୮୭ ବସ୍ତା ବେଆଇନ ଗଞ୍ଜେଇ ଠାବ କରାଯାଇଥିଲା । ଏହାକୁ ଜବତ କରିବା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଟ୍ରକ, ଏକ ହାଇୱା ଓ ଏକ ପିକଅପ ଭ୍ୟାନ ଜବତ କରିଥିଲା ।

ଜବତ ଗଞ୍ଜେଇକୁ ଓଜନ କରିବାରୁ ଏହାର ପରିମାଣ ୧ ଟନ ୧ କ୍ୱିଂଟାଲ ୩ କେଜି ୯୯୦ ଗ୍ରାମ ବୋଲି ଜଣାପଡିଥିଲା । ଜାହାର ବଜାର ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ବୋଲି ଜଣାପଡିଛି ।  ତେବେ ଗିରଫ ହୋଇଥିବା ଆସିଷ ଜଣେ ପେଷାଦାର ଗଞ୍ଜେଇ ବେପାରୀ ହୋଇଥିବା ବେଳେ ୨୦୨୧ ମସିହାରେ ପ୍ରାୟ ୨ ଟନ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏସଟିଏଫ୍ ଦ୍ୱାରା ଗିରଫ ହୋଇଥଲା । ଏହି ଘଟଣାର ମଧ୍ୟ ସେ ମାଷ୍ଟର ମାଇଣ୍ଡ ବୋଲି ଏସଟିଏଫ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *