ଦୁନିଆରେ ସବୁଠୁ ଛୋଟ ଦେଶ
କେଉଁ ଦେଶରେ କୋଟିକୋଟି ଲୋକ ବାସ କରନ୍ତି ତ ଆଉ କେଉଁ ଦେଶରେ ମାତ୍ର ହଜାର କି ଲକ୍ଷେରେ ସୀମିତ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ । ଦୁନିଆରେ ଏମିତି ଏକ ଦେଶ ଅଛି ଯେଉଁଠି ମାତ୍ର ୩ ଜଣ ଲୋକ ଓ ୩ଟି କୁକୁର ବାସ କରନ୍ତି । ଆମେ କହୁଛୁ ଯୁକ୍ତରାଷ୍ଟ୍ର ଆମେରିକାର ନେଭାଡା ରାଜ୍ୟରେ ଅବସ୍ଥିତ ‘ମୋଲୋସିଆ ‘ କଥା |ଏହି ଦେଶର ମୋଟ କ୍ଷେତ୍ରଫଳ ୧୧.୩୪ ଏକର । ଏହି ଦେଶ ବେଶ୍ ଛୋଟ ହୋଇଥିବାରୁ ଏହାକୁ ଏକ ମାଇକ୍ରୋନେସନ୍ ବୋଲି ମଧ୍ୟ କୁହାଯାଏ ।ଏହି ଦେଶର ନିଜସ୍ବ ନୌସେନା, ନୌସେନା ଏକାଡେମୀ, ଡାକ ସେବା, ବ୍ୟାଙ୍କ, ଅନ୍ତରୀକ୍ଷ କାର୍ଯ୍ୟକ୍ରମ, ରେଳପଥ ଏବଂ ଅନଲାଇନ୍ ରେଡିଓ ଷ୍ଟେସନ ମଧ୍ୟ ଅଛି |ମୋଲୋସିଆ ଦେଶକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହି ଦେଶରେ କ୍ୟାଟଫିସ୍ ଏବଂ ପିଆଜ ନେଇ ପ୍ରବେଶ କରିବା ନିଷେଦ୍ଧ । ଏଠାକୁ ଯିବା ସମୟରେ ଏହି ଦୁଇଟି ଜିନିଷକୁ ସାଙ୍ଗରେ ନେଇପାରିବେ ନାହିଁ । ଯଦି ଏହାକୁ ଅବମାନନା କରାଯାଏ, ତେବେ ଜେଲ ହୋଇପାରେ ।ମୋଲୋସିଆର ରାଷ୍ଟ୍ରୀୟ ଭାଷା ହେଉଛି ଇଂରାଜୀ । କିନ୍ତୁ ଏଠାରେ ଏସ୍ପେରାଣ୍ଟୋ ଏବଂ ସ୍ପାନିସ୍ ଭାଷା ମଧ୍ୟ କୁହାଯାଏ ।

