ଆନ୍ତର୍ଜାତୀୟ

ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଚେତାବନୀ

Spread the love

 ୪୫ କୋଟି ନାଗରିକଙ୍କୁ ଯେ କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି ୟୁରୋପୀୟ ସଂଘ  ।  ୟୁରୋପୀୟ ସଂଘ ଲୋକମାନଙ୍କୁ ଅତି କମରେ ୭୨ ଘଣ୍ଟା ପାଇଁ ଖାଦ୍ୟ, ପାଣି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକ ମହଜୁଦ ରଖିବାକୁ କହିଛି ।ଏନେଇ ନାଟୋ ମହାସଚିବ ମାର୍କ ରୁଟ୍ ଚେତାବନୀ ଦେଇଛନ୍ତି ଯେ, ୨୦୩୦ ସୁଦ୍ଧା ଋଷର ୟୁରୋପ ଉପରେ ଆକ୍ରମଣ କରିବାର କ୍ଷମତା ରଖିଛି । ତେବେ ଏହି ଚେତାବନୀ ପରେ ୟୁରୋପୀୟ ଦେଶମାନଙ୍କରେ  ବୃଦ୍ଧି ପାଇଛି ଚିନ୍ତା। ଫ୍ରାନ୍ସ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଅନେକ ନାଟୋ ଦେଶ ଯୁଦ୍ଧ ପାଇଁ ଆରମ୍ଭ କରିସାରିଛନ୍ତି  ପ୍ରସ୍ତୁତି । ନାଟୋର ସାଧାରଣ ସମ୍ପାଦକ ମାର୍କ ରୁଟ୍ ୱାର୍ସାରେ ଚେତାବନୀ ଦେଇଛନ୍ତି ଯେ, “ଯଦି କେହି ଭାବନ୍ତି ଯେ ସେମାନେ ପୋଲାଣ୍ଡ କିମ୍ବା ଅନ୍ୟ କୌଣସି ସହଯୋଗୀ ଦେଶ ଉପରେ ଆକ୍ରମଣ କରି ଖସି ଯାଇପାରିବେ, ତେବେ ସେମାନେ ନାଟୋର ପୂର୍ଣ୍ଣ ଶକ୍ତିର ସମ୍ମୁଖୀନ ହେବେ ।

Leave a Reply

Your email address will not be published. Required fields are marked *