ଆନ୍ତର୍ଜାତୀୟ

ଚୀନ ପାଳନ କରୁଛି ଭିକ୍ଟ୍ରି ଡେ ପରେଡ !

Spread the love

ଚୀନ ପାଳନ କରୁଛି ଭିକ୍ଟ୍ରି ଡେ ପରେଡ। ଶୁଭେଚ୍ଛା ଜଣାଇବା ସହ ଆମେରିକା ବିରୋଧରେ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଆମେରିକା ବିରୋଧରେ ବଡ ଷଡଯନ୍ତ୍ର କରାଯାଉଛି । ଏହି ଅବସରରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଉତ୍ତରକୋରିଆ ସର୍ବୋଚ୍ଚ ନେତା କିମ୍ ଜଙ୍ଗ ଉନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଟ୍ରମ୍ପ କହିଛନ୍ତି,  ଚୀନର ବିଜୟ ପାଇଁ ଅନେକ ଆମେରିକୀୟ ନିଜ ଜୀବନ ଦେଇଛନ୍ତି ।  ସେମାନଙ୍କ ବଳିଦାନକୁ କେବଳ ଆମେରିକା ନୁହେଁ ବରଂ ଚୀନ ବି ମନେ ରଖିବା ଉଚିତ ।

ଦ୍ବିତୀୟ ବିଶ୍ବଯୁଦ୍ଧର ସମାପ୍ତି ଓ ଜାପାନ ବିରୋଧରେ ବିଜୟର ୮୦ତମ ବିଜୟ ବାର୍ଷିକ ଉତ୍ସବ ପାଳନ କରୁଛି ଚୀନ ।  ଏହି ପରେଡରେ  ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ଉତ୍ତରକୋରିଆ ସର୍ବୋଚ୍ଚ ନେତା କିମ୍ ଜଙ୍ଗ ଉନଙ୍କ ସହ ୨୬  ଦେଶର ନେତା ଯୋଗଦେଇଛନ୍ତି ।

Leave a Reply

Your email address will not be published. Required fields are marked *