ଦେଶ ବିଦେଶ

ତାମିଲନାଡୁରେ ଭୂସ୍ଖଳନ, ପୋତି ହୋଇଗଲେ ପିଲାଙ୍କ ସହିତ ୭ ଜଣ

Spread the love

ରବିବାର ସନ୍ଧ୍ୟାରେ ତିରୁବନ୍ନାମଲାଇର ଅନ୍ନାମଲାଇୟାର ପାହାଡ ତଳେ ଥିବା ବିଓସି ନାଗରରେ ଏକ ଭୂସ୍ଖଳନ ହୋଇଛି । ବାତ୍ୟା ଫେଙ୍ଗଲ ଯୋଗୁ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିଛି ।ବର୍ଷା ତିରୁବନ୍ନାମଲଇ ଜିଲ୍ଲାରେ ଭୂସ୍ଖଳନ ହେବା ଯୋଗୁଁ ଦୁଇ ପରିବାରର ୭ ଜଣ ଦବିଛନ୍ତି । ଏଥିରେ ପିଲା ମଧ୍ୟ ରହିଛନ୍ତି ।ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଛନ୍ତି । ମୂଷଳଧାରାରେ ବର୍ଷା ଲାଗି ରହିବାରୁ ଚେନ୍ନାଇର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି ।ଜିଲ୍ଲା କଲେକ୍ଟର  କହିଛନ୍ତି ଯେ, ଘର ଭିତରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଅଛନ୍ତି । ତାଙ୍କର କୌଣସି ପତ୍ତା ମିଳିନାହିଁ । ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *