ବୋଲେରୋରୁ ବାହାରିଲା ୧୦୦ ଲିଟର ମହୁଲି ମଦ
ମହୁଲି ମଦକୁ ଚୋରା ଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ । ବୋଲେରୋରୁ ବାହାରିଲା ୧୦୦ ଲିଟର ମହୁଲି ମଦ । ଚୋରା କାରବାର ଅଭିଯୋଗରେ ଜଣେ ଗିରଫ ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଗାଡିଟି ୨୦ ନମ୍ବର ଜାତୀୟ ରାଜପଥ ଦେଇ ଯାଜପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ହସନପୁର ଟୋଲ ଗେଟ୍ ନିକଟରେ ଅବକାରୀ ବିଭାଗ ଗାଡିଟିକୁ ଅଟକାଇଥିଲା । ଗାଡିକୁ ଯାଞ୍ଚ ବେଳେ ପ୍ଲାଷ୍ଟିକ୍ ପଲିଥିନ୍ରେ ଜରି ଅଖା ବସ୍ତାରେ ଭର୍ତ୍ତି ଥିବା ମିଳିଥିଲା । ବୋଲେରୋରୁ ମୋଟ ୨୧ଟି ଅଖା ବସ୍ତା ଜବତ କରିଛି ଅବକାରୀ ବିଭାଗ ।
ତେବେ ୧ ହଜାର ଲିଟର ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ କହିଛି । ଗାଡିକୁ ସିଜ୍ କରିବା ସହ ଡ୍ରାଇଭରକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଡ୍ରାଇଭର ଭଦ୍ରକ ଗ୍ରାମାଞ୍ଚଳ ଥାନାର ବିଜୟ ଜେନା ବୋଲି ଜଣାପଡିଛି ।

