ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜା‌କ୍‌ ସୁଲିଭାନ୍‌

Spread the love

ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବାଇଡେନ୍‌ ପ୍ରଶାସନର ସୁରକ୍ଷା ପରିଷଦ ଉପଦେଷ୍ଟା ଜା‌କ୍‌ ସୁଲିଭାନ୍‌ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଏନ୍‌ଏସ୍‌ଏ ଅଜିତ ଡୋଭାଲ୍‌ଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ସେ ଆମେରିକାର ଏନ୍‌ଏସ୍‌ଏ ଜାକ୍‌ ସୁଲିଭାନ୍‌ଙ୍କୁ ଭେଟି ଆନନ୍ଦିତ। ଭାରତ-ଆମେରିକା ମଧ୍ୟରେ ବିଶ୍ବ ରଣନୀତି ସହଭାଗିତା, ଯାନ୍ତ୍ରିକ, ସାମରିକ, ମହାକାଶ, ଜୈବପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଏକ ନୂତନ ଉଚ୍ଚତାକୁ ଛୁଇଁଛି। ଉଭୟ ଦେଶର ଲୋକଙ୍କ ଓ ବିଶ୍ବର ମଙ୍ଗଳ ସକାଶେ ଦୁଇ ଗଣତନ୍ତ୍ରର ସମ୍ପର୍କକୁ ଦ୍ରୁତଗତିରେ ଆଗକୁ ବଢ଼ାଇବା ନିମନ୍ତେ ସେ ଆଶା ପୋଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *